କିଙ୍ଗଫିସରକୁ ବଂଚାଇବା ପାଇଁ କାହିଁକି ଆଗେଇ ଆସିଲେନି ବ୍ୟାଙ୍କ?

ଜେଟ ଏୟାରୱେଜକୁ ପିଏସୟୁ ବ୍ୟାଙ୍କ ଗୁଡିକର ବେଲ ଆଉଟ ପ୍ୟାକେଜ ପରେ ବିଜୟ ମାଲ୍ୟା ଟୁଇଟ କରିଛନ୍ତି । ଟ୍ୱିଟ କରି ସେ ଲେଖିଛନ୍ତି ଯେ, କିଙ୍ଗଫିସରକୁ ବଂଚାଇବା ପାଇଁ କାହିଁକି ଆଗେଇ ଆସିଲେନି ବ୍ୟାଙ୍କ । ଏବଂ ସେ କର୍ଣ୍ଣାଟକ ହାଇକୋର୍ଟରେ ଜମା କରିଥିବା ଅସ୍ଥାବର ସମ୍ପତି ନେଇ ଜେଟ ଏୟାରୱେଜକୁ ବଂଚାଇ ଦିଆଯାଉ । ଏହାସହ ଏନଡିଏ ସରକାର ଦୋମୁହା ନୀତି ଆପଣାଉଥିବା ଅଭିଯୋଗ କରିଛନ୍ତି ବିଜୟ ମାଲ୍ୟା ।

ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ ଏୟାରୱେଜକୁ ବଂଚାଇବା ପାଇଁ ରାଷ୍ଟ୍ରାୟତ ବ୍ୟାଙ୍କ ୧୫ ଶହ କୋଟି ନିବେଶ କରି ସହଯୋଗର ହାତ ବଢ଼ାଇଛନ୍ତି । ଏହା ସହ ବିଜୟ ଅନ୍ୟ ଏକ ଟ୍ୱିଟରେ ଲେଖିଛନ୍ତି ଯେ, ମୁଁ ଜାଣି ଖୁସି ହେଲି କି ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକ ଜେଟ ଏୟାରୱେଜକୁ ଉଦ୍ଧାର କରି ନିଯୁକ୍ତି, ଯୋଗାଯୋଗ ଏବଂ ଉଦ୍ୟୋଗ ବଂଚାଇ ଦେଇଛନ୍ତି । ଯଦି କିଙ୍ଗଫିସର ପାଇଁ କେହି ଏପରି ଚେଷ୍ଟା କରିଥାନ୍ତେ ତାହାହେଲେ ମୁଁ ଖୁସି ହୋଇଥାନ୍ତି ।

ଏପରିକି ଟ୍ୱିଟରେ ବିଜୟ ମାଲ୍ୟା, ମୋଦି ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ମାଲ୍ୟା ଲେଖିଛନ୍ତି ଯେ, କିଙ୍ଗଫିସରରେ ୪ ହଜାର କୋଟି ଟଙ୍କା ନିବେଶ କରି କମ୍ପାନୀ ଏବଂ କର୍ମଚାରୀଙ୍କୁ ବଂଚାଇଥିଲି ହେଲେ ମୋତେ କିଛି ପରିଚୟ ମିଳିଲାନି, ବରଂ ହଇରାଣ କରାଗଲା । ଭାରତର ପ୍ରମୁଖ ବିମାନ ସେବା, ଶ୍ରେଷ୍ଠ କର୍ମଚାରୀ ଏବଂ ଯୋଗାଯୋଗକୁ ସେହି ରାଷ୍ଟ୍ରାୟତ ବ୍ୟାଙ୍କ ମାନେ ସାହାଯ୍ୟ କରିନାହାନ୍ତି । ଏନଡିଏ ସରକାର ଦୋମୁହାଁ ନୀତି ଆପଣାଉଛି । ବିଜୟ ମାଲ୍ୟା ସିରିଜ ଟ୍ୱିଟ କରି ସହାୟତାର ହାତ ବଢାଇଥିବା ବେଳେ ଅପରପକ୍ଷରେ କେନ୍ଦ୍ର ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

three × three =