ଏଟିଏମ ଲୁଟର ସିନ ରିକ୍ରିଏସନ କଲା ଲୁଟେରା

ଭୁବନେଶ୍ୱର: ଏଟିଏମ ଲୁଟ କରିବାର ଡେମୋ ଦେଖାଇଲା ଲୁଟେରା । କେମିତି ଲୁଟ କରାଯାଉଥିଲା ତାହାର ସିନ ରିକ୍ରିଏସନ କରିଛି ପୋଲିସ । ରାଜ୍ୟ ବାହାରର ତିନି ଅପରାଧୀ କଟକ ଭୁବନେଶ୍ୱର ଓ ପୁରୀରେ ୩୦ରୁ ଅଧିକ ଏଟିଏମ ଲୁଟ କରିଥିବା ପୋଲିସ ସୂଚନା ଦେଇଛି ।

ଡିଭାଇସ୍ ଲଗାଇ ବାହାର ରାଜ୍ୟର ଲୁଟେରା ଲୁଟ୍ କରୁଥିଲେ ଏଟିଏମ । ଏହି ଟଙ୍କାକୁ ଗିୟର ବକ୍ସ ନିକଟରେ ଲୁଚାଇ ରଖୁଥିଲେ । ଗତ ୨୫ ତାରିଖରେ ଭୁବନେଶ୍ୱର ଲିଙ୍ଗରାଜ ଥାନା ନିକଟସ୍ଥ ବଢେଇ ବାଙ୍କ ଛକ ନିକଟରେ ଏଟିଏମ ଭାଙ୍ଗି ଲୁଟ୍ ଉଦ୍ୟମ କରୁଥିଲେ ଅଭିଯୁକ୍ତ। । ଲୁଟ୍ ବେଳେ ୨ ଜଣଙ୍କୁ ସ୍ଥାନୀୟ ଲୋକ କାବୁ କରି ପୋଲିସ ଜିମା ଦେଇଥିଲେ।
ତେବେ ମୁଖ୍ୟ ଅଭିଯୁକ୍ତ ଖସି ଯାଇଥିଲା। ଗତ ୨୬ ତାରିଖରେ ଅନୁଗୁଳରୁ ଗିରଫ କରିଥିଲା ସ୍ପେସାଲ ସ୍କ୍ଵାଡ । ତା ନିକଟରୁ ଏକ ଦାମୀ କାର୍ ସହ ବିପୁଳ ପରିମାଣର ଟଙ୍କା ଜବତ କରାଯାଇଥିଲା। କାରରେ ବୁଲି ବୁଲି ପୁରୁଣା ଏଟିଏମ କୁ ଟାର୍ଗେଟ୍ କରୁଥିଲେ।

Share

Leave a Reply

Your email address will not be published. Required fields are marked *

thirteen + 6 =