ଆଜି ଦେଶରେ କଣ ରହିଛି କରୋନା ସ୍ଥିତି

ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ ୩୭,୧୫୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦେଶରେ ଦୈନିକ ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି। ଗୋଟିଏ ଦିନରେ ୩୯,୬୪୯ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ସଂପ୍ରତି ଭାରତରେ ଦୈନିକ ସଂକ୍ରମଣ ହାର ୨.୫୯%% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୩୨% ରହିଥିବା ଜଣାଯାଇଛି। ଦେଶରେ କୋଭିଡ ନମୁନା ପରୀକ୍ଷଣ ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବା ସହିତ ଏପର‌୍ୟ୍ୟନ୍ତ ମୋଟ ୪୩.୨୩ କୋଟି ନମୁନା ପରୀକ୍ଷା କରାଯାଇସାରିଛି। ଇତିମଧ୍ୟେ ଦେଶରେ ୩ କୋଟିରୁ ଅଧିକ ଲୋକ ସୁସ୍ଥ ହୋଇସାରିଛନ୍ତି ଏବଂ ସୁସ୍ଥତା ହାର ୯୭.୨୨% ରହିଛି। ସେହିଭଳି ଗତକାଲି ସଂଧ୍ୟା ସୁଦ୍ଧା ଦେଶରେ ୩୭.୭୩ କୋଟି ପାନ ଟିକା ଦିଆଯାଇସାରିଛି। ଭାରତରେ ବର୍ତ୍ତମାନ ୪ ଲକ୍ଷ ୫୦ ହଜାର ୮୯୯ ଟି ସକ୍ରିୟ ମାମଲା ରହିଛି ଏବଂ ଏପର‌୍ୟ୍ୟନ୍ତ ସମୁଦାୟ ୪ ଲକ୍ଷ ୮ ହଜାର ୭୬୪ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ସମୁଦାୟ ୩,୦୦,୧୪,୭୧୩ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ମହାମାରୀ ଆରମ୍ଭରୁ ମୋଟ ୩ କୋଟି ୮ ଲକ୍ଷ ୭୪ ହଜାର ୩୭୬ ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ଦେଶରେ କରୋନାରୁ ମୃତ୍ୟୁ ହାର ୧.୩୨% ଥିବାବେଳେ ଆରୋଗ୍ୟ ହାର ୯୭.୨୦% ରୁ ଅଧିକ ରହିଛି ଜ୍ଝ

Share

Leave a Reply

Your email address will not be published. Required fields are marked *

twenty − five =