ଅନୁଭବ-ବର୍ଷା ବିବାଦ: ଶେଷ ହେଲା କାଉନ୍‌ସେଲିଂ

କଟକ: ଛିଣ୍ଡୁନି ଅନୁଭବ-ବର୍ଷା ବିବାଦ ମାମଲା । ଆଜି କାଉନସିଲିଂ ଶେଷ ହୋଇଥିବା ବେଳେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୭ରେ ହେବ । କାଉନ୍ସେଲିଂ ରିପୋର୍ଟ ଆଧାରରେ ମାମଲାର ଅଗ୍ରଗତି ହେବ । କାଉନ୍ସେଲିଂ ପ୍ରସଙ୍ଗରେ ମଧ୍ୟସ୍ଥତା କେନ୍ଦ୍ର କାଉନ୍ସେଲିଂ ଉପରେ ତାଙ୍କର ଆସ୍ଥା ନଥିବା ବର୍ଷା ଅଭିଯୋଗ କରିଥିଲେ । ଫଳରେ କନ୍ସିଲିଏସନ୍କୁ ବନ୍ଦ କରିବାକୁ ଅନୁଭବଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । ଏଥି ସହିତ ବର୍ଷା କୋର୍ଟଙ୍କ ଆଦେଶକୁ ମାନି ନଥିବାରୁ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବାକୁ ଆବେଦନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

four × two =