ଆଣ୍ଡାମାନ ଗଲେ କୁଜୁର

ପୁରୀ : ଆଣ୍ଡାମାନ ନିକୋବର ଦୀପରୁ ସମୁଦ୍ରରେ ବୋଟ ମାଧ୍ୟମରେ ଭାସି ଆସି ପୁରୀ ବ୍ରହ୍ମଗିରି ଖିରି ସାହି ସମୁଦ୍ର କୂଳରେ ଲାଗିଥିଲେ ନାବିକ ଅମିତ କୁଜୁର। ଆଜି ସେ ନିଜ ଘରକୁ ବାହୁଡ଼ି ଛନ୍ତି। ପୁରୀ ଜିଲା ପ୍ରଶାସନ ପକ୍ଷରୁ ଏନେଇ ବ୍ୟବସ୍ଥା ହୋଇଛି। ସେ ଆଜି ଭୁବନେଶ୍ୱରରୁ କୋଲକାତା ଏବଂ କୋଲକାତା ରୁ ପୋର୍ଟ ବ୍ଲେୟର ଫ୍ଲାଇଟ ଯୋଗେ ଯିବେ।

ଏନେଇ ଟିକଟ ସମେତ ଆନୁଷଙ୍ଗିକ ବ୍ୟବସ୍ଥା ପୁରୀ ପୋଲିସ କରିଛି। ଜଣେ ପ୍ରଶାସନିକ ଅଧିକାରୀ ଅମିତଙ୍କ ସହ ଯାଇ କୋଲକାତା ବିମାନ ବନ୍ଦରରେ ଛାଡିବେ। ଅଣ୍ଡାମାନରୁ ଆସିଥିବା ଅଧିକାରୀଙ୍କ ସହିତ ସେ ଫ୍ଲାଇଟ ରେ ଯିବେ। ଅନ୍ୟପଟେ ଅମିତ ପୁରୀ ବାସୀ ଓ ଜିଲ୍ଲା ପ୍ରଶାସନକୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି। ଏଠାରେ ସମୁଦ୍ର କୂଳରେ ଲାଗିବା ପରେ ସ୍ଥାନୀୟ ଲୋକ ରହିବାକୁ ସମେତ ଖାଇବାକୁ ଦେଇ ଥିଲେ। ପରେ ପ୍ରଶାସନ ଉଦ୍ଧାର କରି ଏକ ସେଲଟର ହୋମ ରେ ରଖିବା ସହ ସ୍ୱାସ୍ତ୍ୟ ପରୀକ୍ଷା କରିଥିଲେ।

ତେବେ ଆଜି ସେ ଅଣ୍ଡାମାନ ଫେରିଛନ୍ତି। ଗତ ୨୫ ତାରିଖରେ ଅମିତ ତାଂକ ବୋଟ ସହ ଆସି ବ୍ରାହ୍ମଗିରି ଖିରି ସାହି ନିକଟରେ ଲାଗିଥିଲେ। ଅମିତଙ୍କ କହିବା ଅନୁଯାୟୀ ସେ ଅଣ୍ଡାମାନ ରେ ବିଭିନ୍ନ ରାସନ ସାମଗ୍ରୀ ନେଇ ବିଭିନ୍ନ ଦୀପ କୁ ତାଂକ ବୋଟ ରେ ନେବା ଆଣିବା କରନ୍ତି। ତେବେ ସମୁଦ୍ର ରେ ଝଡ଼ ବାତ୍ୟାର ସମ୍ମୁଖିନ ହୋଇ ଦିଶା ହୀନ ହୋଇ ସମୁଦ୍ରରେ ଭାସି ଚାଲିଥିଲେ।

ଦୀର୍ଘ ୨୮ ଦିନ ହେବ ସେ ଆଖିଆ ଅପିଆ ଥିବା ବେଲେ କେବଳ ସମୁଦ୍ର ପାଣି ପିଇ ଜୀବନ ସହ ସଂଘର୍ଷ କରୁଥିଲେ। ତେବେ ଗତ ୨୫ ତାରିଖରେ ସେ ବ୍ରହ୍ମଗିରି ଖିରି ସାହି ନିକଟରେ ଲାଗିଥିଲେ। ତେବେ ପ୍ରଭୂ ଜଗନ୍ନାଥଙ୍କ କୃପାରୁ ନୂଆ ଜୀବନ ପାଇ ଥିବା କହିଥିଲେ।

Share

Leave a Reply

Your email address will not be published. Required fields are marked *

5 × three =