ଟ୍ରକ୍ ଧକ୍କାରେ ଦାଦା ପୁତୁରା ମୃତ

ମୟୂରଭଞ୍ଜ: ଆଇରନ ଟ୍ରକ ଧକ୍କାରେ କକା ଓ ପୁତୁରା ମୃତ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ୨୨୦ନମ୍ବର ଜାତୀୟ ରାଜପଥ ତିରିଂ ଥାନା ବଡଡାଳିମା ଗ୍ରାମରେ । ସୂଚନା ଅନୁଯାୟୀ ଗତକାଲି ରାତିରେ କକା ପୁତୁରା ଖାଇ ବାହାରେ ହାତ ଧୋଇ ହେଉଥିବା ବେଳେ ଦ୍ରୁତ ଗତିରେ ବେପରୁଆ ଭାବେ କେଉଁଝରରୁ ଟାଟା ଅଭିମୁଖେ ଯାଉଥିବା ଆଇରନ ବୋଝେଇ ଟ୍ରକଟି ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ସେମାନଙ୍କୁ ପରିବାର ଲୋକେ ସ୍ଥାନୀୟ ମେଡିକାଲକୁ ନେଇଥିଲେ ତେବେ ଜଣଙ୍କର ବହଳଦା ଓ ଅନ୍ୟ ଜଣଙ୍କର ରାଇରଙ୍ଗପୁର ହସ୍ପିଟାଲରେ ମୃତ୍ୟୁ ଘଟିଥିଲା । ମୃତକ ମାନେ ହେଲେ ବଡଡାଳିମା ଗ୍ରାମର ତାରିଣୀ ବେହେରା ଓ ସିପୁ ବେହେରା ।

Share

Leave a Reply

Your email address will not be published. Required fields are marked *

2 × one =