ଦରଦୀବନ୍ଧୁ ଦୀପକ

କେନ୍ଦ୍ରାପଡ଼ା: ବାତ୍ୟା ପ୍ରପୀଡିତଙ୍କ ଲାଗି ଦରଦୀବନ୍ଧୁ ସାଜିଛନ୍ତି ଯୁବ ବିଜେଡି ନେତା ଦୀପକ ମହାପାତ୍ର । ବାତ୍ୟା ୟାସ୍ ସମୟରେ ପ୍ରବଳ ବେଗରେ ପବନ ଓ ବର୍ଷା ଆରମ୍ଭ ହୋଇଥିବା ବେଳେ କେନ୍ଦ୍ରାପଡାରେ ଲୋକମାନଙ୍କୁ ତଳିଆ ଅଂଚଳରୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଥିଲା । ତେବେ ପାଟକୁରା ନିର୍ବାଚନମଣ୍ଡଳୀର ବଡବେତରା ପଂଚାୟତରେ ଗାଁରେ ରହି ଯାଇଥିବା କିଛି ଲୋକଙ୍କ ପାଖରେ ସ୍ଥାନୀୟ ପ୍ରଶାସନ ପହଂଚି ପାରିନଥିଲା । ଫଳରେ ସେମାନଙ୍କୁ ରନ୍ଧାଖାଦ୍ୟ ବଂଟନ କରିଥିଲେ ବିଜୁ ଯୁବ ଜନତା ଦଳ ରାଜ୍ୟ ଯୁଗ୍ମ ସମ୍ପାଦକ ଦୀପକ ।

ତାଙ୍କୁ ଏହି କାର୍ଯ୍ୟରେ ସନ୍ତୋଷ ମହାପାତ୍ର, ଲିପକ୍ ମହାପାତ୍ର, କମଳାକାନ୍ତ ମହାପାତ୍ର, ସମୀର ମହାପାତ୍ର, ସଚିନ ମହାପାତ୍ର, ଦିନେଶ ମହାପାତ୍ର, କାହ୍ନୁ ଜେନା ଓ ବିଶ୍ୱଜିତ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ୨୫ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ସମ୍ପୃକ୍ତ ଅଂଚଳରେ ବଂଟନ କରାଯାଇଥିଲା । ମନଭତପୁର ଭାଡିଗୋଳ ୟୁପି ସ୍କୁଲ ଓ ବଡବେତରା ୟୁପି ସ୍କୁଲରେ କ୍ୟାମ୍ପ କରି ସେଠାରେ ରନ୍ଧାଖାଦ୍ୟ ବଂଟନ କରାଯାଇଥିଲା । ଦୀପକଙ୍କ ଏହି କାର୍ଯ୍ୟ ପାଇଁ ପାଟକୁରା ବିଧାୟିକାଙ୍କ ପୁଅ ତଥା ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ସଂଜୟ ଅଗ୍ରୱାଲ ଧନ୍ୟବାଦ ଜଣାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

two × two =