ଚଳିବ ନାହିଁ ଲାମିନେସନ ଦିଆ ଆଧାର କାର୍ଡ

ସାବଧାନ ହୋଇଯାଆନ୍ତୁ ଯଦି ଆଧାର କାର୍ଡ ଲାମିନେସନ କରିଛନ୍ତି ତାହାଲେ ପଡିପାରନ୍ତି ସମସ୍ୟାରେ । UIDAI ଏନେଇ ପୂର୍ବରୁ ଅନେକ ଚେତାବନୀ ଦେଇସାରିଛି । ଯେଉଁଥିରେ ଆପଣଙ୍କ ଆଧାରର କ୍ୟୁଆର୍ କୋଡ୍ କାମ କରିବା ବନ୍ଦ କରିଦେଇପାରେ କିମ୍ବା ବ୍ୟକ୍ତିଗତ ତଥ୍ୟ ମଧ୍ୟ ଚୋରୀ ହୋଇପାରେ ।

ଆଧାର ସ୍ମାର୍ଟକାର୍ଡର ପ୍ରିଣ୍ଟିଙ୍ଗ୍ ଉପରେ ୫୦ ଟଙ୍କାରୁ ନେଇ ୩୦୦ ଟଙ୍କା ପର୍ୟ୍ୟନ୍ତ ଖର୍ଚ୍ଚ ଆସିଥାଏ । ଯାହା ସମ୍ପୁର୍ଣ୍ଣ ଭାବରେ ଅର୍ଥର ଅପଚୟ କହିଲେ ଅତ୍ୟୁକ୍ତି ହେବନାହିଁ । UIDAI ତରଫରୁ କୁହାଯାଇଛି ଯେ ପ୍ଲାଷ୍ଟିକ୍ କିମ୍ବା ପିବିସି ଆଧାର ସ୍ମାର୍ଟ କାର୍ଡର କୌଣସି ଆବଶ୍ୟକତା ନାହିଁ । ଏହାର ପ୍ରମୁଖ କାରଣ ହେଉଛି କ୍ୱିକ୍ ରେସପନ୍ସ କୋଡ୍ କାମ କରିବା ବନ୍ଦ କରିଦେଇଥାଏ । ଆଧାର ଏଜେନ୍ସିରେ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ ଆପଣଙ୍କ ବିନା ମଞ୍ଜୁରୀରେ ବ୍ୟକ୍ତିଗତ ତଥ୍ୟ କୌଣସି ଭୁଲ୍ ତତ୍ତ୍ୱ ଆଡକୁ ଚାଲିଯାଇପାରେ ।

Share

Leave a Reply

Your email address will not be published. Required fields are marked *

2 × 1 =