ଆଜି ୭୨୦ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଶୂନ୍ୟରୁ ୧୮ ବର୍ଷ ବ୍ରସର ୯୬ ଜଣ, ସଂଗରୋଧରୁ ୪୨୧ ଏବଂ ସ୍ଥାନୀୟ ସଂକ୍ରମିତ ୨୯୯ ଜଣ ରହିଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୧୫, ବାଲେଶ୍ୱର ୧୯, ବରଗଡ ୨, ଭଦ୍ରକ ୨୨ ଓ ବଲାଙ୍ଗିରରୁ ୪ ଜଣ ଚିହ୍ନଟ ହୋଇଛନ୍ତି। କଟକ ଜିଲାରୁ ୯୧, ଦେବଗଡ ୫, ଢେଙ୍କାନାଳ ୧୫, ଗଞ୍ଜାମରୁ ୫ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଜଗତସିଂହପୁର ୩୩, ଯାଜପୁର ୨୮, ଝାରସୁଗୁଡା ୩, କଳାହାଣ୍ଡି ୫, କନ୍ଧମାଳରୁ ୯ ଜଣ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ କେନ୍ଦ୍ରାପଡାରୁ ୧୨, କେନଦୁଝର ୧୧, ଖୋର୍ଦ୍ଧା ୨୭୯, କୋରାପୁଟ ୩ ଓ ମାଲକାନଗିରିରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ମୟୁରଭଞ୍ଜରୁ ୨୯, ନବରଙ୍ଗପୁର ୧, ନୟାଗଡ ୧୮, ନୂଆପଡା ୨, ପୁରୀ ୧୬, ରାୟଗଡା ୮ ଓ ସମ୍ବଲପୁରରୁ ୬ ଜଣ ଚିହ୍ନଟ ହୋଇଛନ୍ତି। ସୋନପୁରରୁ ୩, ଓ ସୁନ୍ଦରଗଡ ୧୧ ଓ ଷ୍ଟେଟପୁଲରୁ ୬୦ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକରେ ୧୧୬୭ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ସଂପ୍ରତି ୯୬୭୨ ସକ୍ରିୟ କରୋନା ରୋଗୀ ରହିଛନ୍ତି।

Share

Leave a Reply

Your email address will not be published. Required fields are marked *

11 + 17 =