ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ତତ୍ପର ଓଡ଼ିଶା ସରକାର

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ସାମନା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ପ୍ରକାଶ କରିଛନ୍ତି ।

ଭାରତୀୟ ପାଣିପାଗ କେନ୍ଦ୍ର ତରଫରୁ ଦିଅ ।ଯାଇଥିବା ସୂଚନା ଅନୁଯାୟୀ ଉତ୍ତର ଅ ।ଣ୍ଡାମାନ ସାଗର ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଅ ।ସନ୍ତା ୨୨ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ୭୨ ଘଣ୍ଟା ମଧ୍ୟରେ ୨୫ ତାରିଖ ସୁଞ୍ଚା ସାମୁଦ୍ରିକ ବାତ୍ୟାର ରୂପ ନେବାର ପୂର୍ବାନୁମାନ କରାଯାଇଛି । ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେଲେ ଏହା ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି ।

ଏହି ସମ୍ଭାବନାକୁ ଭିତ୍ତିକରି ପ୍ରାକ୍ ଅ ।କଳନ ସ୍ୱରୂପ ସମସ୍ତ ଉପକୂଳ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ଓ ଅ ।ବଶ୍ୟକ ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦିଅ ।ଯାଇଛି । ମତ୍ସ୍ୟଜୀବୀମାନଙ୍କୁ ସତର୍କ ରହିବାକୁ ଏବଂ ୨୨ ତାରିଖ ସନ୍ଧ୍ୟା ସୁଞ୍ଚା ଉପକୂଳକୁ ଫେରି ଅ ।ସିବାକୁ କୁହାଯାଇଛି ଏବଂ ଏ ସମୟରେ ଅ ।ଉ କେହି ସମୁଦ୍ର ମଧ୍ୟକୁ ନଯିବାକୁ କୁହାଯାଇଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ମାଇକ୍ ମାଧ୍ୟମରେ ପ୍ରଚାର କରାଯାଇ ଏ ବିଷୟରେ ଜଣାଇ ଦିଅ ।ଯିବ ବୋଲି ଶ୍ରୀ ଜେନା ନିର୍ଦେଶ ଦେଇଛନ୍ତି ।

ଅ ।ଜି ଶ୍ରୀ ଜେନା ଏ ସଂପର୍କରେ ଓଡ଼ିଶା ପୋଲିସ, ଏନଡିଆରଏଫ, ଅଗ୍ନିଶମ ସେବା, ଓଡ୍ରାଫ, ଭାରତୀୟ ପାଣିପାଗ କେନ୍ଦ୍ର ନିଦେ୍ର୍ଦଶକ, ଭାରତୀୟ ପାଣିପାଗ କେନ୍ଦ୍ର, ଭୁବନେଶ୍ୱର ଶାଖାର ନିଦେ୍ର୍ଦଶକ ଏବଂ ଓସ୍ଡମାର କାଯର୍ୟନିର୍ବାହୀ ନିଦେ୍ର୍ଦଶକଙ୍କ ସହ ଭର୍ଚୁଅ ।ଲ ବୈଠକରେ ଅ।ଲୋଚନା କରିଛନ୍ତି ।

ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଜେନା ପୁନଶ୍ଚ କହିଛନ୍ତି ଯେ ଲଘୁ·ପର ତୀବ୍ରତା, ବେଗ, ରୂପ ବାବଦରେ ଏ ପର୍ଯ୍ୟନ୍ତ ସଠିକ୍ ଅ ।କଳନ କରାଯାଇ ନାହିଁ ଏବଂ ଏହା କେଉଁଠାରେ ସ୍ଥଳଭାଗ ସ୍ପର୍ଶ କରିବ ଜଣାପଡ଼ିନାହିଁ । ଏଣୁ କୌଣସି ପ୍ରକାର ମିଥ୍ୟା ସମ୍ବାଦ ତଥା ଅ ।କଳନ ଉପରେ ଧ୍ୟାନ ନଦେବାକୁ ସେ ସତର୍କ କରାଇ ଦେଇଛନ୍ତି ।

ରାଜ୍ୟ ସରକାର ଏହି ସମ୍ଭାବ୍ୟ ବାତ୍ୟା ନେଇ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ପୂର୍ବପ୍ରସ୍ତୁତି କରିବା ନିମନ୍ତେ ସଂପୃକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇସାରିଛନ୍ତି ।

Share

Leave a Reply

Your email address will not be published. Required fields are marked *

two − 1 =