କନ୍ଧମାଳରେ ଶିକ୍ଷା ଓ ସ୍ୱାସ୍ଥ୍ୟକୁ ୫-ଟି ସଚିବଙ୍କ ଅଗ୍ରାଧିକାର

କନ୍ଧମାଳ: ଆଜି ଦିନିକିଆ କନ୍ଧମାଳ ଗସ୍ତରେ ଯାଇଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ । ସକାଳ ୧୧ଟା ବେଳେ ହେଲିକାପ୍ଟର ଯୋଗେ ଆସି ଗୁଦାରୀ ସ୍ଥିତ ଏରୋଡ୍ରମ ପଡିଆରେ ଓହ୍ଲାଇଥିଲେ । ସେଠାରେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।ସେଠାରେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ତଦାରଖ କରିବା ସହ ୫-ଟି ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମଗୁଡ଼ିକ କିଭଳି ଚାଲିଛି ଲୋକେ ତାର ସୁଫଳ ପାଉଛନ୍ତି କି ନାହିଁ ସେସବୁ କାର୍ଯ୍ୟର ସମୀକ୍ଷା କରିଥିଲେ ୫-ଟି ସଚିବ ଓ ମୁଖ୍ୟ ଶାସନ ସଚିବ ।

ସେହିଭଳି ଦିନ ୧୨ଟାରେ ଫୁଲବାଣୀ ନିକଟ କଲାଡିଠାରେ ପ୍ରତିଷ୍ଠା ହେବାକୁ ଥିବା କନ୍ଧମାଳ ମେଡିକାଲ କଲେଜ ପାଇଁ ଚିହ୍ନଟ ସ୍ଥାନ ବୁଲି ଦେଖି ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିବା ସହ ମେଡିକାଲ କଲେଜର ଡିଜାଇନ ଦେଖିଥିଲେ ।ସ୍କାର୍ଟ ସ୍କୁଲ ଅନ୍ତର୍ଭୁକ୍ତ ଫୁଲବାଣୀ ସହରର ସର୍ବପୁରାତନ ଏଜେ ଓ ହାଇସ୍କୁଲ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଆଦିକୁ ଯାଇ ସେଠାକାର ଶିକ୍ଷାବ୍ୟବସ୍ଥା, ଭିତ୍ତିଭୂମୀ ଓ ପରିବେଶ ଆଦି ବୁଲି ଦେଖିଥିଲେ । ସେହିପରି ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ଆଲୋଚନା କରି ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ୫-ଟି ସଚିବ ଭି.କେ. ପାଣ୍ଡିଆନ ।

୫-ଟି ସଚିବ ଭି.କେ. ପାଣ୍ଡିଆନ ଓ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ପ୍ରମୁଖ ବିଦ୍ୟାଳୟରେ ପହଞ୍ଚିବା ପରେ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଆଲୁମିନି କମିଟି ସଦସ୍ୟମାନେ ଉପସ୍ଥିତ ରହି କୋଭିଡ଼ ୧୯ ଗାଇଡ୍ ଲାଇନ୍ ମାନି ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।ତେବେ ୫-ଟି ସଚିବ ସହିତ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର, ସ୍ଵାସ୍ଥ୍ୟ ସଚିବ, ପୂର୍ତ୍ତ ସଚିବ କ୍ରିଷ୍ଣନ କୁମାର ଓ ଅନ୍ୟ ବରିଷ୍ଟ ଅଧିକାରୀମାନେ ମଧ୍ୟ କନ୍ଧମାଳ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

sixteen − 15 =