ପିପିଲି ପ୍ରଚାର ବେଳେ ରାଜନୈତିକ ହିଂସା

ପିପିଲି: ପିପିଲି ପ୍ରଚାର ସମୟରେ ବିଜେଡି-ବିଜେପି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି । ପ୍ରଚାର ରାଲି ଚାଲିଥିବା ସମୟରେ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି କର୍ମୀ । ରାୟଗୁରୁପୁରରେ ବିଜେପିର ପ୍ରଚାର ଚାଲିଥିବା ବେଳେ ବିଜେଡି କର୍ମୀ ଆକ୍ରମଣ କରିଥିବା ନେଇ ଅଭିଯୋଗ କରଛି ଖୋଦ ବିଜେପି ଦଳ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଉପରକୁ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ବିଜେଡି କର୍ମୀଙ୍କ ଦ୍ୱାରା ହୋଇଥିବା ଆକ୍ରମଣରେ ବିଜେପିର ଜଣେ କର୍ମୀ ଆହତ ହୋଇଛନ୍ତି । ଏପରିକି ରାଲିରେ ଯାଉଥିବା ବିଜେପି କର୍ମୀଙ୍କ ଗାଡିକୁ ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି । ଆଉ ଏହାର ପ୍ରତିବାଦରେ ଡେଲାଙ୍ଗ-ରାୟଗୁରୁପୁର ରାସ୍ତାରେ ଧାରଣାରେ ବସିଛନ୍ତି ବିଜେପି କର୍ମୀ । ଆଉ ଦିନ କେଇଟା ପରେ ପିପିଲିରେ ନିର୍ବାଚନ ହେବାକୁ ଥିବା ବେଳେ ପ୍ରଚାର ବେଳେ ଏଭଳି ଆକ୍ରମଣ ଅଭିଯୋଗ ପିପିଲି ରାଜନୀତିକୁ ସରଗରମ କରିଛି ।

Share

Leave a Reply

Your email address will not be published. Required fields are marked *

five − three =