ସରପଞ୍ଚଙ୍କୁ କରୋନା ମୁକାବିଲା ମନ୍ତ୍ର

ଭୁବନେଶ୍ୱର () ସରପଞ୍ଚଙ୍କୁ କରୋନା ମୁକାବିଲାର ମନ୍ତ୍ର ଦେଲେ ୫ଟି ସଚିବ । ଆଜି ସେ ରାଜ୍ୟର ଅନ୍ୟତମ କରୋନା ହଟସ୍ପଟ ଗଂଜାମ ଜିଲ୍ଲାର ସବୁ ସରପଂଚଙ୍କ ସହ ଭିଡିଓ କନଫରେନସିଂରେ ଆଲୋଚନା କରିଛନ୍ତି । କରୋନା ମୁକାବିଲାରେ କିଭଳି ସରପଂଚମାନେ ନେତୃତ୍ୱ ନେବେ ସେନେଇ ୫ଟି ସଚିବ ଗୁରୁମନ୍ତ୍ର ଦେଇଛନ୍ତି ।

ଗ୍ରାମାଞ୍ଚଳରେ ସରପଞ୍ଚମାନେ ହିଁ ସାଜିବେ ଗ୍ରାମବାସୀଙ୍କ ସୁରକ୍ଷା କବଚ । ଏନେଇ ତୃଣମୂଳ ସ୍ତରର ଏହି ଜନପ୍ରତିନିଧିଙ୍କୁ ମାର୍ଗଦର୍ଶନ ଦେଇଚନ୍ତି ୫ଟି ସଚିବ ଭି.କେ. ପାଣ୍ଡିଆନ । ଗଂଜାମ ଜିଲ୍ଲା ଏବେ ରାଜ୍ୟର କରୋନା ହଟସ୍ପଟ ପାଲଟିଛି । ହେଲେ ଚିହ୍ନଟ ହେଉଥିବା ସବୁ କରୋନା ପଜିଟିଭ କ୍ୱାରେଣ୍ଟାଇନ ସେଣ୍ଟରରେ ଅଛନ୍ତି । ତେଣୁ ସଂଖ୍ୟାକୁ ନେଇ ଭୟଭିତ କିମ୍ବା ବିବ୍ରତ ହେବାର ନାହିଁ ବୋଲି ସେ କହିଛନ୍ତି । କରୋନା ମୁକାବିଲାର ସଫଳତା ଓ ବିଫଳତା କ୍ୱାରେଣ୍ଟାଇନ ସେଣ୍ଟର ନିୟମର କଠୋର ଅନୁପାଳନ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି । ଏହାକୁ ଅନୁଭବ କରି ରାଜ୍ୟ ସରକାର ସରପଂଚଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି ।

ବିଭିନ୍ନ ସମୟରେ ସାମଗ୍ରୀକ ବିକାଶ, ଶିକ୍ଷାର ବିକାଶ, ସାମାଜିକ ସୁରକ୍ଷା ଓ ଖାଦ୍ୟ ନିରାପତ୍ତାରେ ସରପଂଚମାନେ ବହୁମୁଖୀ ଦାୟିତ୍ୱ ତୁଲାଇଥାନ୍ତି । କିନ୍ତୁ କରୋନା ମୁକାବିଲାରେ ସେମାନଙ୍କ ନେତୃତ୍ୱକୁ ଗ୍ରାମବାସୀ ଚିରଦିନ ମନେରଖିବେ । ଏପରିକି ଯେଉଁ ସରପଂଚମାନେ ସଫଳତାର ସହ ଗାଁକୁ କରୋନା ପୂରେଇଦେବେନି ସେଠାରେ ଗ୍ରାମବାସୀ ଉତ୍ସବ ପାଳିବେ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

16 − 2 =