ରାଜ୍ୟରେ ୪୫ ଆକ୍ରାନ୍ତଙ୍କ ମୁଣ୍ଡ ନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୪୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୫ ଜଣ ରହିଛନ୍ତି। ସେହିଭଳି ଅନୁଗୁଳ ଜିଲାରୁ ୨ ଜଣ ପ୍ରାଣ ହରାଇଥିବାବେଳେ ବାଲେଶ୍ୱର ଜିଲାରୁ ଜଣଙ୍କର ମୃତ୍ୟୁ ଘଟିଛି। ବରଗଡ ଜିଲାରୁ ୩, କଟକ ୨, ଢେଙ୍କାନାଳ, ଯାଜପୁର ଓ ଝାରସୁଗୁଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ୪ ଜଣ, କେନ୍ଦୁଝର ୪, ମୟୁରଭଞ୍ଜ, ନବରଙ୍ଗପୁରୁ ଜଣେ ଲେଖାଏଁ, ନୟାଗଡ ୫, ପୁରୀ ଜିଲାରୁ ୫, ସମ୍ବଲପୁର ୨, ସୁନ୍ଦରଗଡ ଜିଲାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି।

Share

Leave a Reply

Your email address will not be published. Required fields are marked *

20 − 17 =