2770 କୋଟି ଟଙ୍କା ବତ୍ୟା ଓ ବନ୍ୟା ସହାୟତାକୁ ମଂଜୁରୀ

ଭୁବନେଶ୍ବର () ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କାର୍ଯ୍ୟନିର୍ବାହୀ ବୈଠକରେ ତିତଲି ଓ ପରବର୍ତ୍ତି ବନ୍ୟାରେ ହୋଇଥିବା କ୍ଷୟକ୍ଷତି ପାଇଁ ୨,୭୭୦ କୋଟି ୨୮ ଲକ୍ଷ ସହାୟତାକୁ ଅନୁମୋଦନ ମିଳିଛି। ତିତଲି ପ୍ରଭାବିତ ଜିଲ୍ଲାରେ ଫସଲ କ୍ଷୟକ୍ଷତି ନେଇ ଦୁଇ ଦିନରେ ରିପୋର୍ଟ ପ୍ରଦାନ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତିତଲି ବାତ୍ୟାରେ ୨୭୭୦କୋଟି ଖର୍ଚ୍ଚର ଅନୁମୋଦନ କଲା କମିଟି । ଗଞ୍ଜାମ, ଗଜପତି ଓ ରାୟଗଡା ପାଇଁ ୧୦୨କୋଟି ଟଙ୍କା କ୍ଷତି ପୂରଣ ପ୍ରଥମ ପର୍ଯ୍ୟାୟରେ ଦିଆଯାଇଛି । ଏହି ତିନୋଟି ଜିଲ୍ଲା ପାଇଁ ମୋଟ ୩୭୫ କୋଟି ଖର୍ଚ୍ଚ ହେବ ।

ଦୁଇ ଦିନ ମଧ୍ୟରେ ଫସଲ କ୍ଷୟକ୍ଷୟ ପାଇଁ ୧୭ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ସମୟରେ କେବଳ ଉପକୂଳ ଜିଲ୍ଲାଗୁଡିକ ଉପରେ ଗୁରୁତ୍ବ ଦିଆଯାଉଥିଲା ହେଲେ ତିତଲି ପରେ ସରକାରଙ୍କ ଚେତା ପସିଛି । ସେଥିପାଇଁ ଉପକୂଳର୍ବୀ ଜିଲ୍ଲା ବ୍ୟାତିତ ଅନ୍ୟ ଜିଲ୍ଲା ବି ପ୍ରଭାବିତ ହେଉଛି । ସେଥିପାଇଁ ଆଗାମୀ ଦିନରେ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଉପକୂଳର୍ବୀ ଜିଲ୍ଲା ସହ ଅନ୍ୟ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତ ନିଆଯିବ । ଏହା କ୍ଲାଇମେଟ୍ ଚେଞ୍ଜ ଯୋଗୁଁ ଏଭଳି ହେଉଛି । ତେଣୁ ଆଗୁଆ ପଦକ୍ଷେପ ନିଆଯିବ। ଗଜପତିରେ ପହାଡ ଧସିବା ଘଟଣାର ତଦନ୍ତ ହେବ।

ଆଇଆଇଟି ମୁମ୍ବାଇରୁ ବିଭିନ୍ନ ବିଲ୍ଡିଂ  ଓ ବ୍ରିଜ କଭଳି ତିଆରି ହେବ ସେନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପରାମର୍ଶ ନେବ । ଏଥିପାଇଁ ଅର୍ଥ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଅନୁମତି ଦେଇଛି । ଏହାସହ ତିତଲି ଓ ପରବର୍ତ୍ତି ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ପୁର୍ନର୍ଗଠନ ପାଇଁ ଶକ୍ତି ବିଭାଗକୁ ୨୭କୋଟି, ଖାଦ୍ୟ ଯୋଜନା ଓ ଖାଉଟି କଲ୍ୟାଣ ବିଭାଗକୁ ୨୦କୋଟି, ଜଳ ସମ୍ପଦ ବିଭାଗକୁ ୭କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗକୁ ୫୫କୋଟି, ପଞ୍ଚାୟତିରାଜ ବିଭାଗକୁ ୬୨୪କୋଟି, ଗୃହନିର୍ମାଣ ବିଭାଗକୁ ୨୧୪କୋଟି, ପଶୁସଂପଦ ବିଭାଗକୁ ୨କୋଟି  ଦିଆଯିବ ବୋଲି ଏସଆରସି ବିଷ୍ଣୁପଦ ସେଠି ସୁଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

2 + three =