ହାଇକୋର୍ଟ ଗଲା ଅର୍ଚ୍ଚନା ମାମଲା

ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ମାମଲା ହାଇକୋର୍ଟ ଯାଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର ହୋଇଛି । ଘଟଣାର ଇଡି ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା କରାଯାଇଛି । କେନ୍ଦ, ରାଜ୍ୟ ସରକାର , ଇଡି , ଡିସିପି ଆଦିଙ୍କୁ ପକ୍ଷଭୁକ୍ତ । ଭୁବନେଶ୍ୱର ଦୁଇ ଥାନାର ଆଇଆଇସିଙ୍କୁ ମଧ୍ୟ ପକ୍ଷଭୁକ୍ତ । ଅର୍ଚ୍ଚନାଙ୍କର ସେକ୍ସ ର‌୍ୟାକେଟ ଘଟଣା ସାମ୍ନାକୁ ଆସିବା ପରେ ତାଙ୍କର ଅଜସ୍ର ସମ୍ପତ୍ତିର ତାଲିକା ବାହାରିଛି । ଯେମିତିକି ବଡ ବଡ ବଙ୍ଗଳା, ଦାମୀ କାର୍ ରହିଛି ଅର୍ଚ୍ଚନାଙ୍କର ।
ଅନ୍ୟପଟେ ଜାମିନ ଆବେଦନ କରିଛନ୍ତି ଅର୍ଚ୍ଚନା ନାଗ ।ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ଅର୍ଚ୍ଚନା ଜାମିନ ଆବେଦନ କରିଛନ୍ତି । ପୂର୍ବରୁ ଅର୍ଚ୍ଚନାଙ୍କ ଜାମିନ ଆବେଦନର ଶୁଣାଣି ହୋଇପାରିନଥିଲା ।ଏକାଧିକ ଓକିଲ ଆବେଦନ କରିଥିବାରୁ ହୋଇପାରିନଥିଲା ଶୁଣାଣି ।

Share

Leave a Reply

Your email address will not be published. Required fields are marked *

two × 5 =