ହକି ବିଶ୍ୱକପ ନେଇ ଆଜି ସର୍ବଦଳୀୟ ବୈଠକ

ଆସନ୍ତା ମାସରେ ହକି ବିଶ୍ବକପ । ଆଉ ମାତ୍ର ଅଳ୍ପ ଦିନ ରହିଲା । ହକି ବିଶ୍ବକପକୁ କିଭଳି ସଫଳତର ସହ ଆୟୋଜନ କରାଯିବ, ସେଥିପାଇଁ ଆଲୋଚନା କରିବାକୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସନ୍ଧ୍ୟା ୫ଟାରେ ବସିବ ସର୍ବଦଳୀୟ ବୈଠକ । ଲୋକସେବା ଭବନ କନଭେନସନ ହଲ୍‌ରେ ବସିବ ବୈଠକ ।

ଭୁବନେଶ୍ବରର କଳିଙ୍ଗ ହକି ଷ୍ଟାଡିୟମ୍ ଓ ରାଉରକେଲାର ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ହକି ବିଶ୍ବକପ୍‌ର ସମସ୍ତ ମ୍ୟାଚ୍ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ରାଉରକେଲା ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ବିକାଶମୂଳକ କାର୍ଯ୍ୟ ଆଗେଇ ଚାଲିଥିବା ସହରକୁ ସୁନ୍ଦର ଭାବେ ସଜା ଯାଇଛି ।

Share

Leave a Reply

Your email address will not be published. Required fields are marked *

twelve + six =