ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କ ଦେହାନ୍ତ

ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମସ୍ତିଷ୍କ ଓ ଫୁସଫୁସ କର୍କଟ ହୋଇଥିଲା ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟଙ୍କୁ । ୨୦୧୯ରୁ କ୍ୟାନସରରେ ପୀଡ଼ିତ ଥିଲେ ରାଜେଶ୍ୱରୀ ।

ଚିକିତ୍ସା ପରେ ସୁସ୍ଥ ହୋଇଥିଲେ ରାଜେଶ୍ୱରୀ । ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ରାଜେଶ୍ୱରୀ । ଅନେକ ଓଡ଼ିଆ ଧାରାବାହିକରେ ଅଭିନୟ କରିଥିଲେ । ଫିଲ୍ମରେ ବି କରିଥିଲେ ଅଭିନୟ । ଘରେ ଘରେ ଲୋକପ୍ରିୟ ଥିଲେ ରାଜେଶ୍ୱରୀ । ଉଚ୍ଚକୋଟୀର ଅଭିନୟ ପାଇଁ ଖୁବ ଅଳ୍ପ ଦିନରେ ସେ ଲୋକପ୍ରିୟତା ସାଉଁଟି ଥିଲେ । ଅସୁସ୍ଥତା ପରେ ଅଭିନୟ ଦୁନିଆରୁ ନିଜକୁ ଦୂରେଇ ନେଇଥିଲେ ରାଜେଶ୍ୱରୀ । ତାଙ୍କ ବିୟୋଗରେ ଓଲିଉଡ୍‌ ଓ ଟେଲି ଦୁନିଆରେ ଶୋକର ଛାୟା ।

Share

Leave a Reply

Your email address will not be published. Required fields are marked *

1 × two =