୨ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ଭରିବାକୁ ପଡିବ ନାହିଁ କୌଣସି ଫର୍ମ

ଯଦି ଆପଣଙ୍କ ପାଖରେ ୨ ହଜାର ଟଙ୍କାର ନୋଟ ଅଛି ଆଉ ଆପଣ ଏହାକୁ ବଦଳାଇବାକୁ ମେ ୨୩ରେ ବ୍ୟାଙ୍କ ଯିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏହି ଖବର ଗୁରୁତ୍ୱପୂର୍ଣ୍ଣ । ଖବର ଏହା ଯେ ଆପଣଙ୍କ ବିନା କୌଣସି ପରିଚୟପତ୍ରରେ ୨ ହଜାର ଟଙ୍କାର ନୋଟକୁ ଅନ୍ୟ ମୂଲ୍ୟର ନୋଟରେ ବଦଳାଇପାରିବେ । ଏଥିପାଇଁ ଆପଣଙ୍କୁ କୌଣସି ଫର୍ମ ଭରିବାକୁ ପଡିବନାହିଁ । ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏନେଇ ବିଜ୍ଞପ୍ତି ଜାରିକରିଛି ।

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବିଜ୍ଞପ୍ତିରେ କହିଛି ଯେ, ୨ ହଜାର ଟଙ୍କାର ନୋଟକୁ ବଦଳାଇବା ପାଇଁ କୌଣସି ବ୍ୟକ୍ତିଙ୍କୁ ପରିଚୟ ପତ୍ର ଦେବାକୁ ପଡିବ ନାହିଁ । ଆପଣଙ୍କୁ ଏଥିପାଇଁ କୌଣସି ଫର୍ମ ମଧ୍ୟ ପୂରଣ କରିବାକୁ ପଡିବ ନାହିଁ । ୨୦ ହଜାର ଟଙ୍କା ଯାଏ ୨ ହଜାର ଟଙ୍କାର ନୋଟକୁ ଆପଣ ପରିବର୍ତ୍ତନ କରିପାରିବେ । ଗୋଟିଏ ଥରରେ ଆପଣ ଏହାକୁ ବଦଳାଇପାରିବେ ।

ମେ ୨୩ରୁ ୨୦୨୩ ସେପ୍ଟେମ୍ବର ୩୦ ମଧ୍ୟରେ କୌଣସି ବ୍ୟକ୍ତିଙ୍କ ପାଖରେ ୨ ହଜାର ଟଙ୍କାର ନୋଟ ଅଛି ସେ ଅନ୍ୟ ମୂଲ୍ୟର ନୋଟ ସହ ଏହାକୁ ବଦଳାଇପାରିବେ । ଏହିଭଳି ଭାବରେ ଆକାଉଣ୍ଟରେ ୨ ହଜାର ନୋଟ ଜମା କରିବା ପାଇଁ କୌଣସି ଅତିରିକ୍ତ ଫର୍ମ ଭରିବାକୁ ପଡିବ ନାହିଁ । ଟଙ୍କା ଜମା ପାଇଁ ଯେଉଁ ନିୟମ ରହିଛି ବ୍ୟାଙ୍କରେ ବର୍ତ୍ତମାନ ମଧ୍ୟ ସେହି ନିୟମର ପାଳନ କରାଯିବ ।

ଯେଉଁମାନେ ଗ୍ରାମୀଣ ଅଞ୍ଚଳରେ ରହୁଛନ୍ତି ସେମାନେ ବିଜନେସ କରେସପଣ୍ଡେଣ୍ଟସେଣ୍ଟର ଯାଇ ୨ ହଜାର ଟଙ୍କାର ନୋଟକୁ ବଦଳାଇପାରିବେ । ତେବେ ସେଣ୍ଟରରେ ଆପଣ ୪ ହଜାର ଟଙ୍କା ବଦଳାଇପାରିବେ ।

Share

Leave a Reply

Your email address will not be published. Required fields are marked *

1 × five =