ସମର୍ଥକଙ୍କୁ ଖୁସି କରିବା ଚାହାଁନ୍ତି ଜାମସେଦପୁର ଓ ଓଡିଶା ଦଳ

ହିରୋ ଇଣ୍ଡିଆନ ସୁପର ଲିଗରେ ତୃତୀୟ ସିଜନ ଖେଳିବାକୁ ଯାଉଥିବା ଜାମସେଦପୁର ଏଫସି ପ୍ଲେ-ଅଫରେ ସ୍ଥାନ ପକ୍କା କରିବା ପାଇଁ ଲକ୍ଷ୍ୟ I ରଖିବା  ଗତ ସିଜନରେ ସେମାନେ ଅଳ୍ପକେ ଏହି ସୁଯୋଗ ହାତଛଡ଼ା କରିଥିଲେ I ଆସନ୍ତା କାଲି ଘରୋଇ ଷ୍ଟାଡିଅମ ଜେଆରଡି ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଓଡିଶା ଏଫସି ବିପକ୍ଷ ଏକ ମ୍ୟାଚ ସହିତ ସିଜନ ଆରମ୍ଭ କରିବ `ମେନ ଅଫ ଷ୍ଟିଲ’ ନାମରେ ପରିଚିତ ଜାମସେଦପୁର ଏଫସି I

ଗତ ଦୁଇ ସିଜନରେ ଜାମସେଦପୁର ଦଳର ଦୁଇଜଣ ମୁଖ୍ୟ ପ୍ରଶିକ୍ଷକ ଥିଲେ ଏବଂ ସେମାନେ କ୍ଲବରେ ନିଜ ନିଜର ଖେଳ ଶୈଳୀ ପ୍ରୟୋଗ କରିଥିଲେ I ଏଥର ଆନଟୋନିଓ ଇରିଅଂଡୋ ଦାୟିତ୍ୱ ନେଇଥିବାରୁ ସମର୍ଥକମାନେ ତାଙ୍କଠାରୁ ଆକ୍ରମଣାତ୍ମକ ଖେଳ ଆଶା କରୁଛନ୍ତି I

ଇରିଅଂଡୋ କହନ୍ତି, ପ୍ରତିପକ୍ଷ ଆକ୍ରମଣ କଲେ ଆମେ ପ୍ରତିରକ୍ଷା କରିବୁ I କିନ୍ତୁ ୯୦ ମିନିଟ ଭିତରେ ଆମେ ବିପକ୍ଷ ଦଳଠାରୁ ଅଧିକ ସମୟ ବଲ ଆମ ପାଖରେ ରଖିବାକୁ ଚେଷ୍ଟା କରିବୁ I ଆମ ଖେଳ ଶୈଳୀ ସହିତ ଆମ ସମର୍ଥକଙ୍କୁ ଖୁସି କରିବ ଆମ ପାଇଁ ଗୁରୁତ୍ୱପୂର୍ଣ ବିଷୟ ହେବ I

ସ୍ପେନ ଯୋଡି ମାରିଓ ଆରକ୍ୱେସ ଓ ସରଜିଓ ସିଡୋଞ୍ଚା ଏଥର କେରଳ ବ୍ଳାଷ୍ଟର୍ସ ଏଫସିରେ ଯୋଗ ଦେଇଥିବାରୁ ଜାମସେଦପୁରକୁ ସେମାନଙ୍କ ଅନୁପସ୍ଥିତି ସମ୍ଭାଳିବାକୁ ପଡିବ I ତେବେ ସେମାନେ ଆଇଏସଏଲର ତୃତୀୟ ସର୍ବୋଚ୍ଚ ଭାରତୀୟ ସ୍କୋରର ସି କେ ଭିନିଥଙ୍କୁ ନେଇ ଦଳର ପୁରୋଭାଗକୁ ମଜବୁତ କରିଛନ୍ତି I ସେମାନେ ମଧ୍ୟ ବିଦାୟୀ ବିଦେଶୀ ଖେଳାଳିଙ୍କ ସ୍ଥାନରେ ଫ୍ରାନସିସ୍କୋ `ପିଟି’ ଲୁନା ଓ ନୋଇ ଆକୋଷ୍ଟାଙ୍କୁ ନେବା ସହିତ ଦୁଇ ତାରକା ଖେଳାଳି ମେମୋ ଓ ତିରିଙ୍କୁ ଅଟକାଇ ରଖିବାରେ ସଫଳ ହୋଇଛନ୍ତି I

ଓଡିଶା ଏଫସି ନାମରେ ନାମିତ ଜୋସେପ ଗୋମ୍ବାଉଙ୍କ ଦିଲ୍ଲୀ ଡାଇନାମୋଜ ଦଳ ଗତ ସିଜନରେ ଅଷ୍ଟମ ସ୍ଥାନରେ ରହିଥିଲେ ହେଁ ସେମାନଙ୍କ ଖେଳରେ ଦମ୍ଭ ଓ ଉତ୍ସାହ ଦେଖାଇଥିଲେ I ନୂଆ ଘର ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହେବାପରେ ଗୋମ୍ବାଉ ତାଙ୍କର ଯୁବ ଦଳକୁ ନେଇ ସଫଳତା ହାସଲ ଲାଗି ଉଦ୍ୟମ ଜାରି ରଖିବେ I

ଦିଲ୍ଲୀର ତାରକା ଫରୱାର୍ଡ ଲାଲିଆନଜୁଆଲା ଛାଙ୍ଗଟେ ଦଳ ଛାଡି ଚେନ୍ନାୟିନ ଏଫସିରେ ଯୋଗ ଦେଇଛନ୍ତି I ତେବେ ପୁରୋ ଭାଗରେ

ଡାନିଏଲ ଲାଲିମପୁଇଆ, ଜେରୀ ମାହମିଙ୍ଗଥାଙ୍ଗା ଓ ନନ୍ଦକୁମାର ସେକର ପ୍ରତିପକ୍ଷ ପାଇଁ ବିପଦ ସୃଷ୍ଟି କରିବ I

ଗତ ସିଜନ ବିତିଯାଇଛି I ଏବେ ଆମେ ଏକ ନୂଆ ଦଳ ଓ ନୂଆ ସହରରେ ଯାତ୍ରା ଆରମ୍ଭ କରୁଛୁ I ଆମର ଅଧିକାଂଶ ଖେଳାଳି ଅପରିବର୍ତ୍ତିତ ଅଛନ୍ତି I ଆମେ ମଧ୍ୟ କିଛି ନୂଆ ଖେଳାଳି ନେଇଛୁ I ମୁଁ ଭାବୁଛି ଆମ ପାଖରେ ଏକ ପୂର୍ଣ୍ଣାଙ୍ଗ ଦଳ ରହିଛି, କହନ୍ତି ଗୋମ୍ବାଉ I

Share

Leave a Reply

Your email address will not be published. Required fields are marked *

seventeen − two =