ଭେଟଘାଟ ଭେଟି: ନବୀନ ଦେଲେ ଛେନାପୋଡ, ମମତା ଦେଲେ ଚାଦର

ନବୀନ ନିବାସରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଭେଟଘାଟ । ସୌଜନ୍ୟମୂଳକ ସାକ୍ଷାତକାର ଅବସରରେ ଦୁଇ ରାଜ୍ୟର ସ୍ୱାର୍ଥ ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଏନେଇ ମିଳିତ ପ୍ରତିକ୍ରିୟା ଦେଇଥିବା ବେଳେ ସାକ୍ଷାତକାର ବେଳେ ଦୁହେଁ ଦୁହିଁଙ୍କୁ ଭେଟି ଦେଇଛନ୍ତି ଉପହାର ।

ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ସାଲ୍ ଉପହାର ଦେଇଥିବା ବେଳେ ନବୀନ ମମତାଙ୍କୁ ଉପହାର ସ୍ୱରୁପ ଛେନାପୋଡ ଦେଇଛନ୍ତି । ତା ସହ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ବସ୍ତ୍ର ଏବଂ ତିନି ରଥର ପ୍ରତିକୃର୍ତ୍ତି ଦେଇ ନବୀନ ନିବାସକୁ ସ୍ୱାଗତ କରିଥିଲେ ।

ତେବେ ଜଗନ୍ନାଥପ୍ରେମୀ ମମତା ଦୀଘାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରୁଥିବା କହିଛନ୍ତି । ଆଉ ଏଥିପାଇଁ ନବୀନଙ୍କୁ ପଶ୍ଚିମବଙ୍ଗ ଯିବାକୁ ମମତା ନିମନ୍ତ୍ରଣ କରିଛନ୍ତି । ସେପଟେ ନବୀନଙ୍କ ଆତିଥେୟତା ଏବଂ ଅଫିସରଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ମମତା ।

ଦୁଇ ମୁଖ୍ୟମନ୍ତ୍ରୀ ଭେଟଘାଟକୁ ନେଇ ୨୦୨୪ ନିର୍ବାଚନ ଓ ତୃତୀୟ ସାମୁଖ୍ୟ ନେଇ ଯେଉଁ ଚର୍ଚ୍ଚା ଆଲୋଚନା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇ ମମତା କହିଛନ୍ତି, ନିର୍ବାଚନକୁ ଆହୁରି ବର୍ଷେ ଅଛି । ଏନେଇ କିଛି ଆଲୋଚନା ହେଇନି ।

Share

Leave a Reply

Your email address will not be published. Required fields are marked *

15 − 6 =