ଆଜିଠାରୁ ପୁଣି ପଶ୍ଚିମାଝଡର ପ୍ରଭାବରେ ବର୍ଷା,୯ଜିଲ୍ଲାରେ ପ୍ରବଳ ବର୍ଷିବ

ଆଜିଠାରୁ ରାଜ୍ୟରେ ପୁଣି ଏକ ପଶ୍ଚିମାଝଡର ପ୍ରଭାବରେ ରାଜ୍ୟବ୍ୟାପି ବର୍ଷା ସମ୍ଭାବନା ରହିଛି । ତେବେ ଆସନ୍ତାକାଲି ରାଜ୍ୟର ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ସମ୍ପୃକ୍ତ ଜିଲ୍ଲାଗୁଡିକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡିକ ହେଉଛି କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, କେନ୍ଦୁଝର, ମୟୁରଭଞ୍ଜଜିଲ୍ଲା । ସେହିପରି ଆସନ୍ତାକାଲି ସକାଳ୮ଟାରୁ ଶୁକ୍ରବାର ସକାଳ ସାଢ଼େ ୮ଟା ମଧ୍ୟରେ ରାଜ୍ୟବ୍ୟାପି ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଥିଲେ ହେଁ ଅନେକ ସହରର ତାପମାତ୍ରା ୪ଂ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ପୂର୍ବାନୁମାନ କରାଯାଇଛି । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ଗୋପାଳପୁରରେ ସର୍ବାଧିକ ୪୫.୧ମିମି ବର୍ଷା ହୋଇଥିବା ବେଳେ ଭୁବନେଶ୍ୱରରେ ୧୯.୨ମିମି, ଭବନାୀପାଟଣାରେ ୧୫ମିମି, ଖୋର୍ଦ୍ଧାରେ ୨୫ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ବୁଧବାର ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ରାଜ୍ୟର ବାରିପଦାରେ ସର୍ବାଧିକ ୧୧.୪ମିମି ବର୍ଷା ହୋଇଥିବା ବେଳେ ବାଲେଶ୍ୱରରେ ୨ମିମି, ଝାରସୁଗୁଡାରେ ୪ମିମି, ବଲାଙ୍ଗିରରେ ୮.୮ମିମି, ନୟାଗଡରେ ୬.୬ମିମି, ରାୟଗଡାରେ ୫ମିମି, ବରଗଡରେ ୫.୪ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଗତ ୨୪ଘଣ୍ଟାରେ ରାଜ୍ୟରେ ଭୁବନେଶ୍ୱରର ତାପମାତ୍ରା ୩୪.୮ଂ ରହିଥିବା ବେଳେ କଟକର ୩୩.୫ଂ ରେକର୍ଡ ରହିଥିଲା ।

Share

Leave a Reply

Your email address will not be published. Required fields are marked *

fourteen + 14 =