ନିଜ ଭୁଲ୍‌ରୁ ଶିକ୍ଷା ଗ୍ରହଣ କରି ଆଗକୁ ବଢ଼: ରୋହିତ ତିୱାରୀ

ନିଜ ଭୁଲ୍‌ରୁ ଶିକ୍ଷା ଗ୍ରହଣ କରି ଆଗକୁ ବଢ଼ିବା ଉଚିତ୍ । ଆଗକୁ ବଢ଼ିବା ପାଇଁ ନିଜ ଭିତରେ ଗୋଟିଏ ଜିଦ୍ ରହିବା ଆବଶ୍ୟକ ଏବଂ ଜୀବନରେ ନୈତିକ ମୂଲ୍ୟବୋଧକୁ ସର୍ବାଗ୍ରେ ରଖିବା ଆବଶ୍ୟକ ବୋଲି ଭୁବନେଶ୍ୱର ସ୍ଥିତ ଟ୍ରାଇଡେଂଟ ହୋଟେଲ ମ୍ୟାନେଜର ଶ୍ରୀ ରୋହିତ ତିୱାରୀ କହିଛନ୍ତି ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ବାର୍ଷିକ ଉତ୍ସବ “ରେନ୍‌ଡେଜ୍‌ଭସ୍ -୨୦୨୩” ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ତିୱାରୀ ଛାତ୍ରଛାତ୍ରୀମାନଙ୍କୁ ନୈତିକ ମୂଲ୍ୟବୋଧ ସମ୍ପର୍କରେ ବୁଝାଇବା ସହ ପର୍ଯ୍ୟଟନ ଓ ହୋଟେଲ୍ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟ କରିବାକୁ ହେଲେ ଗୋଟିଏ ଟିମ୍ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏହି ଶିଳ୍ପ କ୍ଷେତ୍ରରେ ଅତିଥିମାନେ କିଭଳି ଭଲ ସ୍ମୃତି ନେଇ ଫେରିବେ ସେ ଦିଗରେ ହୋଟେଲ୍ ମ୍ୟାନେଜମେଂଟର ଛାତ୍ରଛାତ୍ରୀମାନେ ଯତ୍ନବାନ ହେବା ଉଚିତ୍ ବୋଲି ସେ କହିଥିଲେ ।
ସେହିପରି ୱେଲ୍‌କମ୍ ହୋଟେଲ୍‌ର ଏଗ୍‌ଜିକ୍ୟୁଟିଭ୍ ସେଫ୍ ଶ୍ରୀ ଅନିମେଶ ଆଲେକ୍‌ଜାଣ୍ଡାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଛାତ୍ରଛାତ୍ରୀମାନେ କିଭଳି ଅତିଥି ଚର୍ଚ୍ଚା ପ୍ରତି ଅଧିକ ମନୋନିବେଶ କରିବେ ୍‌ସେ ବିଷୟରେ ଆଲୋକପାତ କରିଥିଲେ ।
ସୋଆ କୁଳପତି ପ୍ରଫେସର ବିଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସଏଚ୍‌ଏମ୍‌ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଫେସର (ଡକ୍ଟର) ସୁଶାନ୍ତ କୁମାର ଚଇନି ଧନ୍ୟବାଦ ଅର୍ପଣ କରିଥିଲେ ।
ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

10 + sixteen =