ଜେରା ହେବେ ତିର୍ତ୍ତୋଲ ବିଧାୟକ,ଦୁଇ ଥର ଗର୍ଭପାତ କରିଥିବା ପୋଲିସକୁ କହିଛନ୍ତି ସୋମାଲିକା

ଜେରା ହେବେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ମିଶ୍ର । ପ୍ରେମିକା ସୋମାଲିକାଙ୍କ ଏତଲା ଆଧାରରେ ମାମଲା ରୁଜୁ ହେବା ପରେ ବିଧାୟକଙ୍କ ଅଡୁଆ ବଢିବାରେ ଲାଗିଛି । ଅଭିଯୋଗକାରୀଙ୍କ ବୟାନ ରେକର୍ଡ ପରେ ତଦନ୍ତ ପ୍ରକ୍ରିୟାକୁ ଆଗକୁ ନେଇଛି ପୋଲିସ । ଆସନ୍ତା ସୋମବାର କିମ୍ବା ମଙ୍ଗଳବାର ସୋମାଲିକାଙ୍କ ଡାକ୍ତରୀମାଇନା ହୋଇପାରେ । ଏହା ପରେ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ସିଆରପିସି ଧାରା ୧୬୪ ଅନୁସାରେ ବୟାନ ରେକର୍ଡ କରାଯିବ ।

ତଥ୍ୟ ପ୍ରମାଣ ହାସଲ ପରେ ଖବ୍‌ଶୀଘ୍ର ବିଧାୟକ ବିଜୟ ଶଙ୍କରଙ୍କୁ ପୋଲିସ ଜେରା କରିବା ବୋଲି ଜଣାପଡ଼ିଛି । ପୋଲିସ ନିକଟରେ ସୋମାଲିକା ତାଙ୍କ ବୟାନରେ ବିସ୍ଫୋରକ ତଥ୍ୟ ରଖିଛନ୍ତି । ବିବାହର ପ୍ରତିଶ୍ରୁତି ଦେବା ସହ ଇଚ୍ଛା ବିରୋଧରେ ବିଧାୟକ ଦୁଇ ଥର ତାଙ୍କୁ ଦୁଷ୍କର୍ମ କରିଥିଲେ । ୨୦୧୮ ଓ ୨୦୨୧ରେ ଦୁଇ ଥର ଦୁଷ୍କର୍ମ ପରେ ଗର୍ଭପାତ କରିଥିବା ସେ ପୋଲିସକୁ କହିଛନ୍ତି । ଯେତେବେଳେ ବିବାହ ପ୍ରସ୍ତାବ ଦିଆଯାଏ ସେତେବେଳେ ତାଙ୍କୁ ଓ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦିଅନ୍ତି ବିଧାୟକ । ଏମିତିକି ବହୁ ଯୁବତୀଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗ ଆଣିଛନ୍ତି ଗର୍ଲଫ୍ରେଣ୍ଡ ।

Share

Leave a Reply

Your email address will not be published. Required fields are marked *

5 × 2 =