ଟିପିଏନ୍‌ଓଡିଏଲ୍‌କୁ ଏକ୍ସଲେନ୍ସ ଇନ୍ ଚେଂଜ୍ ମ୍ୟାନେଜ୍‌ମେଂଟ୍‌ରେ ଗୋଲ୍ଡ ପୁରସ୍କାର ପ୍ରଦାନ

ଟିପିଏନ୍‌ଓଡିଏଲ୍ ସିଇଓଙ୍କୁ “ପିପୁଲ୍ ଫୋକସଡ୍ ସିଇଓ ଅଫ୍ ଦି ଇୟର-ଗୋଲ୍ଡ’ ପୁରସ୍କାର

ବାଲେଶ୍ୱର: ଗତ ଫେବ୍ରୁଆରି ୨, ୨୦୨୩ରେ ଇକୋନମିକ୍ ଟାଇମ୍‌ସ ହ୍ୟୁମାନ୍ କ୍ୟାପିଟାଲ୍ ଆୱାର୍ଡସ୍ ସମାରୋହର ଦ୍ୱିତୀୟ ସଂସ୍କରଣ ଗୁରୁଗ୍ରାମର ହାୟାତ ରିଜେନ୍‌ସିରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଟିପି ନର୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଶ୍ରୀ ଭାସ୍କର ସରକାରଙ୍କୁ ପିପୁଲ୍ ଫୋକସ୍‌ଡ ସିଇଓ ଅଫ୍ ଦି ଇୟର ବର୍ଗରେ ଗୋଲ୍‌ଡ ପୁରସ୍କାର ପ୍ରଦାନ କରାଯାଇଛି । ମାନବ ସମ୍ବଳର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
ମାନବ ସମ୍ବଳ, ବ୍ୟବସାୟ ଓ ସଂସ୍ଥାର ଅଭିବୃଦ୍ଧିକୁ ହାସଲ କରିବା ଲାଗି କଂପାନିରେ ପରିବର୍ତିତ ପରିଚାଳନା କାର୍ଯ୍ୟକାରିତା ପାଇଁ ସାରା ଭାରତର ବିଭିନ୍ନ ସଂସ୍ଥା ମଧ୍ୟରେ ଟିପିଏନ୍‌ଓଡିଏଲ୍‌କୁ ଏକ୍ସଲେନ୍ସ ଇନ୍ ଚେଂଜ୍ ମ୍ୟାନେଜ୍‌ମେଂଟ୍ କ୍ଷେତ୍ରରେ ଗୋଲ୍ଡ ପୁରସ୍କାର ପ୍ରଦାନ କରାଯାଇଛି । ଏହି ଅବସରରେ ଟିପିଏନ୍‌ଓଡିଏଲ୍‌ର ସିଇଓ ଶ୍ରୀ ଭାସ୍କର ସରକାର ଏବଂ ଟିପିଏନ୍‌ଓଡିଏଲ୍‌ର ମୁଖ୍ୟ-ଏଚ୍‌ଆର୍ ଆଣ୍ଡ୍ ଆଡ୍‌ମିନ୍ ଶ୍ରୀ ଶ୍ରୀ ବଲ୍ଲଭ ସିଂହ, ପୁରସ୍କାର ଗ୍ରହଣ କରିଥିଲେ ଏବଂ ମାନବ ସମ୍ବଳ ଟିମ୍‌ର ଶ୍ରୀ ଚିତରଂଜନ ପ୍ରଧାନ, ସମ୍ପୂର୍ଣ୍ଣା ମହାନ୍ତି ଓ ଶେଷଦେବ ପଣ୍ଡା ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ କଂପାନି ଭାଗ ନେଇଥିଲେ ।
ଟିପିଏନ୍‌ଓଡିଏଲ୍ ଦୁଇ ବର୍ଷ ପୂରଣ କରିବାକୁ ଯାଉଛି । ମାତ୍ର ଏତେ କମ୍ ସମୟ ଭିତରେ କଂପାନି ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଁ ବହୁ ପୁରସ୍କାର ହାସଲ କରିଛି ।

Share

Leave a Reply

Your email address will not be published. Required fields are marked *

17 − 9 =