ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ

ମୟୂରଭଞ୍ଜ: ଲଜ୍ଜା । ପୁଣି ଲଜ୍ଜା । ସାମାନ୍ୟ ଦେହ ସୁଖ ଲାଗିତ ମଣିଷ ପାଲଟୁଛି ପଶୁ । ଜଣେ ଆଦିବାସୀ ନାବାଳିକାଙ୍କୁ ପ୍ରଥମେ ଅପହରଣ କରିବା ପରେ ଦୁଷ୍କର୍ମ କରିଛି ଅଭିଯୁକ୍ତ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳରୁ ଆସିଛି ଏଭଳି ଲଜ୍ଜାଜନକ ଖବର । ଆଦିବାସୀ ନାବାଳିକାକୁ ଗତ ୧୪ ସେପ୍ଟେମ୍ବର ଦିନ ମୋରଡା ଥାନା ଅଧୀନ ଜୁଆଳିଭଙ୍ଗାର ଜନୈକ ଯୁବକ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପୀଡ଼ିତା ନାବାଳିକାର ଭାଇ ବେତନଟୀ ଥାନାରେ ଅଭିଯୋଗ କରିବା ପରେ ବେତନଟୀ ଥାନା ଆଇଆଇସି ରେଣୁବାଳା ସାହୁ ଅନୁସୂଚିତ ଜାତି ଓ ଜନଜାତି ସୁରକ୍ଷା ଆଇନ ଅନୁମାସରେ ମାମଲା ରୁଜୁକରି ଜିଲ୍ଲା ମୁଖ୍ୟାଳୟ ଡିଏସ୍ପି ସନାତନ ସାହୁଙ୍କୁ ତଦନ୍ତ ପାଇଁ ଅନୁରୋଧ କରିଥିଲେ । ଡିଏସପି ସନାତନ ସାହୁ ଏହି ଘଟଣାରେ ସମ୍ପୃକ୍ତ ଯୁବକକୁ ଗିରଫକରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି । ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି । ଅଭିଯୁକ୍ତ ଯୁବକ ଜଣକର ଜାମିନ ଆବେଦନ ଖାରଜ ହେବା ପରେ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି ।

Share

Leave a Reply

Your email address will not be published. Required fields are marked *

four + ten =