ଅପ୍ରେଲ ୨୬ ରେ ହେବ ସିବିଏସଆଇ ଦଶମ ଓ ଦ୍ୱାଦଶ ପରୀକ୍ଷା

ଓଡ଼ିଶାରେ ଯୁକ୍ତ ଦୁଇ ପରୀକ୍ଷା ବାତିଲ ପାଇଁ ଛାତ୍ରଛାତ୍ରୀମାନଙ୍କ ଦାବି ଜୋର ଧରିଥିବା ବେଳେ ଅଫ୍ଲାଇନ୍ ପରୀକ୍ଷା କରିବା ନେଇ ସ୍ପଷ୍ଟ କଲା ସିବିଏସଇ ବୋର୍ଡ। ଆସନ୍ତା ଅପ୍ରେଲ୍ ୨୬ ତାରିଖରୁ ସିବିଏସଇ ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ହେବ। ଅପ୍ରେଲ୍ ୨୬ ତାରିଖରୁ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ଟର୍ମ-୨ ବୋର୍ଡ ପରୀକ୍ଷା କରାଯିବ। ଏନେଇ ସିବିଏସଇ ପକ୍ଷରୁ ଘୋଷଣା କରାଯାଇଛି।
ସୂଚନାନୁଯାୟୀ, ପରୀକ୍ଷା ସମ୍ପୂର୍ଣ୍ଣ ଅଫଲାଇନ୍ ପ୍ରକ୍ରିୟାରେ ହେବ। ସିବିଏସଇ ୱେବସାଇଟ୍ www.cbse.nic.in ରେ ସୂଚୀପତ୍ର ଅପଲୋଡ କରାଯିବ। ସିବିଏସଇ ବୋର୍ଡ ପାର୍ଟନ ଭଳି ଟର୍ମ-୨ର ପ୍ରଶ୍ନ ପାର୍ଟନ ରହିବ।
କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ନଭେମ୍ବର-ଡିସେମ୍ବରରେ ସିବିଏସ୍ଇ ଦଶମ ଓ ଦ୍ଵାଦଶ ବୋର୍ଡର ଟର୍ମ-୧ ପରୀକ୍ଷା ହୋଇଥିଲା । ବର୍ତ୍ତମାନ ସୁଦ୍ଧା ସିବିଏସ୍ଇ ଟର୍ମ-୧ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇନାହିଁ ।

Share

Leave a Reply

Your email address will not be published. Required fields are marked *

three + eleven =