ଇଭିଏମରେ ହେବ ପୈାର ନିର୍ବାଚନ

ଏଥର ପୌର ନିର୍ବାଚନ ଇଲେକ୍ଟ୍ରୋନିକ ଭୋଟିଂ ମେସିନ ଇଭିଏମରେ ହେବ । ସର୍ବଦଳୀୟ ବୈଠକ ଅବସରରେ ଏହି ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ଗୋଟିଏ ବୁଥରେ ୨ଟି ଲେଖାଏଁ ଇଭିଏମ ରଖାଯିବ । ଗୋଟିଏ ଇଭିଏମ କର୍ପୋରେଟରଙ୍କୁ ଭୋଟ ପାଇଁ ଉଦ୍ଦିଷ୍ଟ ରହିବ । ଅନ୍ୟ ଇଭିଏମ ମେୟରଙ୍କୁ ଭୋଟ ଦେବାକୁ ଉଦ୍ଦିଷ୍ଟ ରହିବ ।
ସୂଚନାଯୋଗ୍ୟ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ପୌର ନିର୍ବାଚନ ପାଇଁ ଚିଠା ଭୋଟର ତାଲିକା ପ୍ରସ୍ତୁତ କରାଯାଇଛି । ଆଜି ୧୦୭ ପୌରାଞ୍ଚଳ, ୩ମହାନଗରରେ ଚିଠା ତାଲିକା ପ୍ରକାଶ ହେବ । ଏଥର ସିଧାସଳଖ ମେୟର ଓ ପୌରାଧ୍ୟକ୍ଷ ନିର୍ବାଚନ କରାଯିବ । ଏ ସଂପର୍କରେ ସବୁ ଦଳର ନେତାଙ୍କ ସହ ଆଲୋଚନା ହୋଇଛି ।

Share

Leave a Reply

Your email address will not be published. Required fields are marked *

14 + 11 =