କରେଣ୍ଟ ଲାଗି ଚାଲିଗଲା ଗଜରାଜଙ୍କ ଜୀବନ

ଅକାଳରେ ଚାଲିଗଲା ଗଜରାଜଙ୍କ ଜୀବନ । ଉତ୍ତର ବନଖଣ୍ଡ ଏମ୍ ରାମପୁରରେ ଘଟିଛି ଏହି ଅଘଟଣ । ବିଦ୍ୟୁତ ଆଘାତରେ ମାଈ ହାତୀର ମୃତ୍ୟୁ ହୋଇଛି । ନରଲା ରେଞ୍ଜ କମେ ଗାଁରେ ରାସ୍ତା ପାର ହୋଇ ଯାଉଥିବା ବେଳେ ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି ।
ଜାମପଡ଼ା ଚାଷ ଜମିରେ ମାଈ ହାତୀ ମୃତ୍ୟୁବରଣ କରିଛି । ବନ ବିଭାଗ ପକ୍ଷରୁ ରେଞ୍ଜର ପହଁଚିଛନ୍ତି । ତେବେ ଗତ ବର୍ଷ ଫେବୃଆରୀ ମାସରେ ୭ଟି ହାତୀ ମୃତ୍ୟୁ ହୋଇଥିଲା । ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ପାଲଟିଥିଲା । ମୃତ ମାଈ ହାତୀର ବୟସ ପାଖାପାଖି ୨୨ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି ।
ଦିନକୁ ଦିନ ହାତୀ ବଂଶ ସଂଖ୍ୟା ହ୍ରାସ ଘଟିବାରେ ଲାଗିଛି । ବିଲୁପ୍ତ ହେବାକୁ ବସିଲାଣି ଏହି ଜାତି । ମାନବ ଜନବସତି ବଢି ଚାଲିଥିବାବେଳେ ଜଙ୍ଗଲ କ୍ରମାଗତ ବିଲୀନ ଦ୍ୱାରରେ । ସେପଟେ ଖାଦ୍ୟ ଅନ୍ୱେଷଣରେ ଜନବସତି ଆଡକୁ ଚାଲି ଆସୁଥିବା ଏହି ଜୀବ କେତେବେଳେ ମଣିଷ ସହ ସାମ୍ନାସାମ୍ନି ହେଉଛନ୍ତି । ତେବେ ବର୍ଷକ ତଳେ ୭ଟି ନିରୀହ ଜୀବଙ୍କ ପ୍ରାଣ ଯାଇଥିବାବେଳେ ଆଜି ପୁଣି ଥରେ ହାତୀ ମୃତ୍ୟୁ ବନ ବିଭାଗ ପାଇଁ ଚ୍ୟାଲେ଼ଞ୍ଜ ସୃଷ୍ଟି କରିଛି ।

Share

Leave a Reply

Your email address will not be published. Required fields are marked *

five + eight =