୫-ଟି ସଚିବଙ୍କ ତଦାରଖ ପରେ ନୂଆ ଛାତ୍ରାବାସ

ଭୁବନେଶ୍ୱର() ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ପରିସରରେ ୧୦୦୦ ଆସନ ବିଶିଷ୍ଟ ଛାତ୍ରବାସୀ ଏବଂ ସ୍ପୋର୍ଟସ କମ୍ପଲେକ୍ସ ନିର୍ମାଣ କରାଯିବ । ଏଥି ସହିତ ଯେଉଁ ଛାତ୍ରବାସ ଗୁଡିକ ବିପଦ ସଙ୍କୁଳ ଅବସ୍ଥାରେ ରହିଛି ସେଗୁଡିକ ଭାଙ୍ଗି ଦେବା ସହ ଭଲ ସ୍ଥିତିରେ ଥିବା ଛାତ୍ରବାସ ଗୁଡିକର ଉନ୍ନତିକରଣ ଲାଗି ସ୍ଥିର ହୋଇଛି ।

ସୂଚନା ଅନୁସାରେ ସୋମବାର ଦିନ ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ ୫-ଟି ସଚିବ ଭି. କାର୍ତିକେୟାନ ପାଣ୍ଡିଆନ୍ । ପ୍ରାତଃ ଭ୍ରମଣରେ ଯିବା ସମୟରେ ପହଂଚି ଯାଇଥିଲେ ଫାଇଭ-ଟି ସଚିବ । ଓୟୁଏଟି ଭିତରେ ବୁଲିବା ପରେ ଭିତିଭୂମୀର ବିକାଶ ନେଇ ଅଧିକାରୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଫାଇଭ-ଟି ସଚିବ । ଏହାସହ ଓୟୁଏଟି ପରିସରରେ ଥିବା ହଷ୍ଟେଲ ଓ ମେସ ବ୍ୟବସ୍ଥାର ମଧ୍ୟ ତଦାରଖ କରିଛନ୍ତି ।

ତେବେ ୫-ଟି ସଚିବଙ୍କ ତଦରଖ କରି ଆସିବା ପରେ କୃଷି ବିଭାଗରେ ଏକ ବୈଠକ ଅନୁÂିତ ହୋଇଥିଲା । ଏଥିରେ ଓୟୁଏଟିରେ ପରିସରରେ ଥିବା ଛାତ୍ରବାସ ସ୍ଥିତି,ନୂତନ ଛାତ୍ରବାସ ନିର୍ମାଣ ଓ ଏକ ସ୍ପୋର୍ଟସ କମ୍ପଲେକ୍ସ ନିର୍ମାଣ ହେବା ନେଇ ଆଲୋଚନା ହୋଇଥିଲା ।

ଭୁବନେଶ୍ୱର ସଡକ ଓ କୋଠାବାଡି ଡିଭିଜନ-୫ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିଶିର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଷୟିକ ଟିମ ଏହି ଛାତ୍ରବାସ ଗୁଡିକ ଅନୁଧ୍ୟାନ କରିବେ ।

Share

Leave a Reply

Your email address will not be published. Required fields are marked *

10 − 6 =