ପୁଣି ଗିରଫ ହେବେ ରାହୁଲ ଓ ପାଣ୍ଡ୍ୟା

ଟିଭି କାର୍ୟ୍ୟକ୍ରମ ‘କଫି ୱିଥ କରନ୍’ରେ ମହିଳାଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବା ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ବ୍ୟାଟସମ୍ୟାନ କେଏଲ୍ ରାହୁଲଙ୍କ ବିବାଦ ପିଛା ଛାଡ଼ୁନି। ଅରୁଚିକର ମନ୍ତବ୍ୟ ପାଇଁ ବିସିସିଆଇ ଉଭୟଙ୍କୁ ନିଲମ୍ବିତ କରି ପରେ ଖେଳିବା ପାଇଁ ଅନୁମତି ଦେଇଥିଲେ ହେଁ ଏବେ ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି।
ଆଜି ପାଣ୍ଡ୍ୟା,ରାହୁଲ ଓ ଉକ୍ତ ଟିଭି କାର୍ୟ୍ୟକ୍ରମର ହୋଷ୍ଟ କରୁଥିବା ଫିଲ୍ମ ନିର୍ମାତା କରନ ଜୋହରଙ୍କ ନାଁରେ ରାଜସ୍ଥାନର ଯୋଧପୁରରେ ଜଣେ ବ୍ୟକ୍ତି ମାମଲା ରୁଜୁ କରିଛନ୍ତି। ଯୋଧପୁର ପୁଲିସ୍ ଷ୍ଟେସନ୍ରେ ହିଁ ଏହି ମାମଲା ରୁଜୁ ହୋଇଛି।
ପାଣ୍ଡ୍ୟା ଓ ରାହୁଲ ମହିଳାଙ୍କ ଉପରେ ଅସଭ୍ୟ ମନ୍ତବ୍ୟ ଦେଇଥିବାରୁ ଉଭୟଙ୍କୁ ସୋଶାଲ୍ ମିଡିଆରେ ତୀବ୍ର ସମାଲୋଚନା ହେବାକୁ ପଡ଼ିଥିଲା। ଏହାପରେ ଅଷ୍ଟ୍ରେଲିଆ ଗସ୍ତରେ ଥିବା ପାଣ୍ଡ୍ୟା ଓ ରାହୁଲଙ୍କୁ ବିସିସିଆଇ ନିଲମ୍ବିତ କରିବା ସହ ଅଧାରୁ ସ୍ୱଦେଶ ଫେରାଇ ଆଣିଥିଲା। ତେବେ ଜାନୁଆରୀ ୨୪ରେ ବିସିସିଆଇର ସିଓଏ ଉଭୟଙ୍କୁ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଥିଲା।

Share

Leave a Reply

Your email address will not be published. Required fields are marked *

fifteen − six =