ବବି, ଜିତୁ ଓ ଡାନି ସବୁଠୁ ଆଗରେ

ଭୁବନେଶ୍ୱର () ଗତ ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଛି ବିଜେଡିର ସଭ୍ୟ ସଂଗ୍ରହ ପ୍ରକ୍ରିୟା । ପ୍ରତି ଘରେ ବିଜେଡି ନେତା ଓ କର୍ମୀ ପହଁଚି ଦଳ ସହ ନୂଆ ସଭ୍ୟ ଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି । ଚଳିତ ବର୍ଷ ଦଳର ସଭ୍ୟ ତାଲିକାରେ ପ୍ରାୟ କୋଟିଏ ନୂଆ ସଦସ୍ୟ ଯୋଡିବକୁ ଟାର୍ଗେଟ ହୋଇଛି । ଆସନ୍ତା ନଭେମ୍ବର ଦୁଇ ତାରିଖରେ ସଦସ୍ୟତା ସଂଗ୍ରହ ଅଭିଯାନ ସରିବ । ତାପୂର୍ବରୁ ନିର୍ବାଚନମଣ୍ଡଳୀଓାରୀ ବିଧାୟକ ଓ ନେତାଙ୍କ ଦକ୍ଷତା ମପା ଚାଲିଛି । ଏଥିରେ ସବୁଠାରୁ ଆଗରେ ରହିଛନ୍ତି “ବିଜେଡି” । ଅର୍ଥାତ ପ୍ରଣବ ପ୍ରକାଶ ଦାସ ଓରଫ ବବି, ପ୍ରବଣ ବଳବନ୍ତରାୟ ଓରଫ ଜିତୁ ଏବଂ ପ୍ରିତିରଂଜନ ଘଡେଇ ଓରଫ ଡାନି ।

ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ସଭ୍ୟ ସଂଗ୍ରହରେ ଯାଜପୁର ଜିଲ୍ଲାର ଯାଜପୁର ବିଧାନସଭା କ୍ଷେତ୍ରରେ ସର୍ବାଧିକ ୯୦ ହଜାର ୬୮୬ ଜଣ ନୂଆ ପ୍ରାର୍ଥୀ ହୋଇଥିବା ବେଳେ ତାପଛକୁ ରହିଛି ଧର୍ମଶାଳା ନିର୍ବାଚନମଣ୍ଡଳୀ । ଏଠାରୁ ଏବେସୁଦ୍ଧା ୭୯ ହଜାର ୬୧୦ ଜଣ ନୂଆ ସଭ୍ୟ ହୋଇଥିଲା ବେଳ ତୃତୀୟରେ ରହିଛି ସୁକିନ୍ଦା । ସିକିନ୍ଦାରେ ବିଧାୟକ ପ୍ରିତିରଂଜନ ଓରଫ ଡାନି ୭୩ ହଜାର ୬୮୫ ଜଣ ନୂଆ ସଭ୍ୟଙ୍କୁ ବିଜେଡି ସହ ଯୋଡି ସାରିଲେଣି ।

ଦଳର ଏହି ତିନି ଦକ୍ଷ ବିଧାୟକଙ୍କ ପଛକୁ ରହିଛନ୍ତି କଟକ ଜିଲ୍ଲା ଆଠଗଡ ନିର୍ବାଚନମଣ୍ଡଳୀର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଆଠଗଡରେ ୬୬ ହଜାର ୭୬୫ ଜଣ, ମୟୁରଭଂଜ ମୋରଡା ନିର୍ବାଚନମଣ୍ଡଳୀରେ ୬୩ ହଜାର ୫୧୬ ଦଣ, ନୟଗଡ ନିର୍ବାଚନମଣ୍ଡଳୀରେ ୫୯ ହଜାର ୬୪୮, ବିଂଝାରପୁରରେ ୫୭ ହଜାର ୧୫୪, ଭୋଗରାଇରେ ୫୬ ହଜାର ୭୫୯, ଘସିପୁରାରେ ୫୬ ହଜାର ୧୫୪ ଜଣ ଏବଂ କଟକ ଜିଲ୍ଲା ନିଆଳିରେ ୫୬ ହଜାର ୧୩୮ଜଣ ନୂଆ ସଦସ୍ୟ ଯୋଡି ହୋଇଛନ୍ତି । ଆଜି ସକାଳ ୭ ସୁଦ୍ଧା ସଭ୍ୟ ସଂଗ୍ରହରେ ଆଗରେ ଥିବା ପ୍ରଥମ ୧୦ଟି ନିର୍ବାଚନମଣ୍ଡଳୀର ତାଲିକା ପ୍ରକାଶ ପାଇଛି ।

Share

Leave a Reply

Your email address will not be published. Required fields are marked *

16 − fifteen =