#MeTooଅଭିଯୋଗ ଆଣିଲେ ସଞ୍ଜନା

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଉପରେ ତାଙ୍କର ସହ- ଅଭିନେତ୍ରୀ ସଞ୍ଜନା ସାଙ୍ଘି ର୍ଦୁବ୍ୟବହାର କରିଥିବା ଅଭିଯୋଗ ଲଗାଇଛନ୍ତି । ଏହି ଖବର ପରେ ସୁଶାନ୍ତ ସିଂ ଚର୍ଚ୍ଚାରେ ଅଛନ୍ତି । ଏହି କାରଣଚ ସୁଶାନ୍ତଙ୍କୁ ଏହାର ପରିଣାମ ମଧ୍ୟ ଭୋଗିବାକୁ ପଡୁଛି । ତେବେ ଅସଦାଚରଣ ଅଭିଯୋଗ ଉପରେ ସୁଶାନ୍ତ ସିଂ ନିଜର ପ୍ରତିକ୍ରିୟା ରଖିଛନ୍ତି । ବ୍ୟକ୍ତିଗତ ଇନଫର୍ମେଶନ ସୋସିଆଲ ମିଡ଼ିଆରେ ସେୟାର କରିବା ପାଇଁ ଖରାପ ଲାଗୁଛି, କିନ୍ତୁ ଏହା ଛଡା ଆଉ କୌଣସି ଉପାୟ ନାହିଁ ।
ଟିଭି ସିରିଏଲ ଦୁନିଆରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ଫିଲ୍ମ ଅଭିନେତା ସୁଶାନ୍ତ ସିଂ ରାଜପୁତ ନିଜ ସପକ୍ଷରେ ସୁଟିଂ ସେଟରେ ସଞ୍ଜନାଙ୍କ ସହିତ କରିଥିବା ଚାଟିଙ୍ଗର ସ୍କ୍ରିନ ସଟ ଟ୍ୱିଟରରେ ସେୟାର କରିଛନ୍ତି । ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ନିଜର
ଏକ ଏଣ୍ଟରଟେନମେଣ୍ଟ ପୋର୍ଟାଲ ରିପୋର୍ଟ ଅନୁଯାୟୀ, ‘କିଜି ଅର ମେନି’ ଫିଲ୍ମର ସୁଟିଂ ବେଳେ ସୁଶାନ୍ତ ସିଂ ଫିଲ୍ମର ଅଭିନେତ୍ରୀ ସଞ୍ଜନା ସାଙ୍ଘି ସହିତ ଅସଦାଚରଣ କରିଥିଲେ । ଯାହାଫଳରେ ଫିଲ୍ମର ସୁଟିଂ ଅଧାରୁ ବନ୍ଦ କରିବାକୁ ପଡିଥିଲା ।
ତେବେ ଶୁଣିବାକୁ ମିଳୁଛି କି ସୁଶାନ୍ତ ସିଂଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିବା ପରେ ତାଙ୍କର ଟ୍ୱିଟର ଆକାଉଣ୍ଟକୁ ଅନ ଭେରିଫାଏଡ କରିଦିଆଯାଇଛି । ତେବେ ଏହି ଅଭିଯୋଗ ସମ୍ପର୍କରେ ମଧ୍ୟ ସୁଶାନ୍ତ ନିଜର ସଫେଇ ଦେଇଛନ୍ତି । ଅଭିଯୋଗ ପରେ ସିନେମାର ଡାଇରେକ୍ଟର ମୁକେଶ ଛାବଡ କହିଛନ୍ତି କି, ଏଡା ସବୁ ମନଗଢା କାଳ୍ପନିକ କାହାଣି ଏଥିରେ କୌଣସୀ ସତ୍ୟତା ନାହିଁ ।

Share

Leave a Reply

Your email address will not be published. Required fields are marked *

2 × 3 =