ଭାରତରେ ୩୧ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ()କରୋନା ଭାଇରସ୍ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଏହାର ପ୍ରଭାବ ବିଶ୍ୱରେ ପଡ଼ିଥିବା ବେଳେ ସେଥିରୁ ବାଦ ପଡ଼ିନାହିଁ ଭାରତ । ବର୍ତ୍ତମାନ କରୋନାରେ ଦେଶରେ ମୃତ୍ୟୁ ସଂଖ୍ୟା ୧୦୦୦କୁ ବୃଦ୍ଧି ପାଇଛି । ୧ହଜାର ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୧ହଜାର ୩୩୨ ଜଣ ଆକ୍ରାନ୍ତ ଅଛନ୍ତି । ସେହିପରି ୨୨ହଜାର ୬୨୯ ଜଣ ଚିକିତ୍ସିତ ହେଉଛନ୍ତି । ଏହାସହ ୭ହଜାର ୬୯୬ଜଣ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୪୦୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ହଜାର ୩୧୮ଜଣ ଆକ୍ରାନ୍ତ ଅଛନ୍ତି । ଗୁଜୁରାଟରେ ୧୮୧, ମଧ୍ୟପ୍ରଦେଶରେ ୧୨୦ ଓ ଦିଲ୍ଲୀରେ ୫୪ଜଣଙ୍କର ମୃତ୍ୟୁ ହୋଇଛି ।

Share

Leave a Reply

Your email address will not be published. Required fields are marked *

ten − 1 =