ଟପ୍ ପୋଜିସନ୍ରେ ବିରାଟ କୋହଲି

ଆଇସିସି ଟେଷ୍ଟ ର୍ୟାଙ୍କିଂ ତାଲିକାର ଟପ୍ ପୋଜିସନ୍ରେ ପୁଣି ବିରାଟ କୋହଲି । ବ୍ୟାଟିଂରେ ଏକ ନମ୍ବର ସ୍ଥାନ ବଜାୟ ରଖିଲେ ବିରାଟ । ପର୍ଥ ଟେଷ୍ଟରେ ଶତକ ବଳରେ ଏହି ସଫଳତା ବଳବତ୍ତର ରଖିଛନ୍ତି । କୋହଲିଙ୍କୁ ମିଳିଛି ସର୍ବାଧିକ ୯୩୪ ପଏଣ୍ଟ । ଦ୍ୱିତୀୟ ସ୍ଥାନରେ ଅଛନ୍ତି ନ୍ୟୁଜିଲାଣ୍ଡ କ୍ରିକେଟର କେନ୍ ଓ୍ଵିଲିୟମସନ୍ । କୋହଲିଙ୍କଠାରୁ ତାଙ୍କର ୧୯ ପଏଣ୍ଟ କମ୍ ରହିଛି । ବିରାଟ କୋହଲିଙ୍କ ସହ ଟପ୍ ୨୦ ତାଲିକାରେ ଅଛନ୍ତି ଉପଅଧିନାୟକ ଆଜିଙ୍କ୍ୟ ରାହାଣେ । ତାଙ୍କ ସ୍ଥାନ ରହିଛି ୧୫ । ସେହିପରି ୮ଟି ସ୍ଥାନ ଉପରକୁ ଉଠି ୪୮ତମ ସ୍ଥାନରେ ରହିଛନ୍ତି ଓ୍ଵିକେଟକିପର ବ୍ୟାଟ୍ସମ୍ୟାନ୍ ରୁଷଭ ପନ୍ଥ । ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଉଲ୍ଲେଖନୀୟ ପ୍ରଦର୍ଶନ ପରେ ବୋଲର ର୍ୟାଙ୍କିଂରେ ଉପରକୁ ଉଠିଛନ୍ତି ଶଯପ୍ରୀତ ବୁମରାହ ଓ ମହମ୍ମଦ ସାମି । ୫ଟି ସ୍ଥାନ ଉପରକୁ ଉଠିବା ସହ ବୁମରାହ ର୍ୟାଙ୍କ ରହିଛି ୨୮ । ସେହିପରି ମହମ୍ମଦ ସାମିଙ୍କ ମିଳିଛି ୨୪ତମ ସ୍ଥାନ । ପର୍ଥ ଟେଷ୍ଟରେ ୬ଟି ଓ୍ଵିକେଟ ନେବା ସହ ତାଙ୍କ ର୍ୟାଙ୍କରେ ୨ଟି ସ୍ଥାନ ଉପରକୁ ଉଠିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 + twenty =