ଯେସାକୁ ତେସା ନୀତି, ମାଳଦ୍ବୀପ ବିରୋଧରେ ଭୋଟ ଦେଲା ଭାରତ

ନୂଆଦିଲ୍ଲୀ ():  ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟତା ଲାଗି ହୋଇଥିବା ର୍ନିବାଚନରେ ଭାରତ ମାଳଦ୍ବୀପ୍ ବିରୋଧରେ ଭୋଟ ଦେବା ସହ ପ୍ରତିଦ୍ବନ୍ଦ୍ବୀ ଇଣ୍ଡୋନେସିଆର ବିଜୟ ଲାଗି ଉଦ୍ୟମ ମଧ୍ୟ କରିଛି ।  ମାଳଦ୍ବୀପର ଭାରତ-ବିରୋଧୀ ଆଭିମୁଖ୍ୟର କଡ଼ା ଜବାବରେ ଭାରତ ଏହି କୂଟନୈତିକ ପଦକ୍ଷେପ ଗ୍ରହଣ କରିଛି । ଭାରତ ମହାସାଗର ଅଞ୍ଚଳରେ ଭାରତର ସୁରକ୍ଷା ସମ୍ବନ୍ଧୀୟ ସ୍ବାର୍ଥକୁ ମାଳଦ୍ବୀପ ଅଣଦେଖା କରିବା ଆରମ୍ଭ କରିଛି । ଚୀନର ଇଙ୍ଗିତରେ ମାଳଦ୍ବୀପ ଭାରତ ପକ୍ଷରୁ ଯୋଗାଇ ଦିଆଯାଇଥିବା ହେଲିକପ୍ଟର ଫେରାଇ ଦେବାକୁ କହିଥିଲା । ଏଥିସହ କିଛି ଦିନ ପୂର୍ବରୁ ୨,୦୦୦ ଭାରତୀୟଙ୍କୁ ୱାର୍କ-ପରମିଟ୍ ଦେବାକୁ ମନା କରିଥିଲା । ଏଭଳି ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଭାରତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟତା ଲାଗି ନୀତିଗତ ଭାବେ ଇଣ୍ଡୋନେସିଆକୁ ସମର୍ଥନ କରିଛି । ଯାହା ଫଳରେ ମାଳଦ୍ବୀପକୁ ମାତ୍ର ୪୬ଟି ଭୋଟ ମିଳିଥିବା ବେଳେ ଇଣ୍ଡୋନେସିଆ ପାଇଛି ୧୪୪ଟି ଭୋଟ୍ ।

ଉଲ୍ଲେଖଯୋଗ୍ୟ କି, ମାଳଦ୍ବୀପ ଏଥିଲାଗି ଭାରତର ସହଯୋଗ ଲୋଡ଼ିଥିଲା । କିନ୍ତୁ ରାଷ୍ଟ୍ରପତି ଅବଦ୍ଦୁଲା ୟମିନ୍ ଭାରତ ମହାସାଗରୀୟ ଅଞ୍ଚଳରେ ଭାରତର ପ୍ରତିରକ୍ଷା ସ୍ବାର୍ଥ ପ୍ରତି ନକରାତ୍ମକ ଦୃଷ୍ଟିଭଙ୍ଗୀ ପୋଷଣ କରୁଥିବାରୁ ଭାରତ ଯେସାକୁ ତେସା ନୀତି ଅବଲମ୍ବନ କରିଛି ।

Share

Leave a Reply

Your email address will not be published. Required fields are marked *

fourteen − 7 =