ସପିଙ୍ଗ ମଲରେ କଲରାପତ୍ରିଆ ବାଘ

ମହାରାଷ୍ଟ୍ର:ବୁଧବାର ସକାଳେ ଠାଣେ ସ୍ଥିତ କୋରୁମ୍ ମଲରୁ ଗୋଟିଏ କଲରାପତ୍ରିଆ ବାଘ ବାହାରୁଥିବାର ଦେଖାଯାଇଛି। ସମ୍ଭବତଃ କାନ୍ଥ ଚଢ଼ି କଲରାପତ୍ରିଆ ମଲ୍ ମଧ୍ୟରେ ପ୍ରବେଶ କରିଥିଲା। ସିସିଟିଭି ଫୁଟେଜରେ ଦେଖାଯାଉଛି ବୁଧବାର ଭୋର୍ ପ୍ରାୟ ୫:୩୦ରେ ସେ ବନ୍ୟଜନ୍ତୁଟି ମଲ୍ ପରିଧି ବାହାରକୁ ଯାଉଛି। ସେ ମଲ୍ ପରିସରରୁ ବାହାରି ଚାଲିଯାଇଥିବା କଥା ବନ ବିଭାଗ କର୍ମଚାରୀମାନେ କହୁଥିଲେ ବି ତାହାକୁ ଠାବ କରିବାକୁ ତଲାସ୍ ଅଭିଯାନ ଚାଲୁ ରହିଛି।

ଠାଣେର ଆଞ୍ଚଳିକ ବିପର୍ୟ୍ୟୟ ପ୍ରଶମନ ପରିଚାଳନା ସେଲ୍ (ଆରଡିଏମସି) ମଧ୍ୟ କଲରାପତ୍ରିଆର ଉପସ୍ଥିତି ସମ୍ବନ୍ଧରେ ଖବର ପାଇ ଘଟନାସ୍ଥଳରେ ପହଞ୍ଚିଛନ୍ତି। ଠାଣେ ଆରଡିଏମସି ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କଦମ କହନ୍ତି, ମଲରୁ ମିଳିଥିବା ସୂଚନା ଅନୁସାରେ କଲରାପତ୍ରିଆଟି ମଲର ସୁରକ୍ଷା ପ୍ରାଚୀର ଚଢ଼ି ପାର୍କିଙ୍ଗ୍ ଅଞ୍ଚଳକୁ ଚାଲି ଆସିଥିଲା। ଘଟନାସ୍ଥଳରେ ପହଞ୍ଚିଥିବା ବନ ବିଭାଗ ଅଧିକାରୀମାନେ କହନ୍ତି ମଲ୍ ପରିସରରୁ ବାହାରି କଲରାପତ୍ରିଆ ବସନ୍ତ ବିହାର ରେସିଡେନସିଆଲ୍ ସୋସାଇଟି ଆଡ଼କୁ ଯାଇଛି। ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ସମ୍ପୃକ୍ତ ମଲ୍ ଆଜି ଦିନକ ଲାଗି ବନ୍ଦ ରହିପାରେ।

Share

Leave a Reply

Your email address will not be published. Required fields are marked *

five × 1 =