ଚିଦାମ୍ବରମଙ୍କୁ ଆଗୁଆ ଜାମିନ

ନୂଆଦିଲ୍ଲୀ()  ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ ଏବଂ ତାଙ୍କ ପୁଅ କାର୍ତ୍ତୀ ଚିଦାମ୍ୱରମଙ୍କୁ ଅଗ୍ରୀମ ଜାମିନ୍ ପ୍ରଦାନ କରିଛନ୍ତି ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ। ତେବେ ଯାଂଚରେ ସହଯୋଗ କରିବାକୁ ପାଇଁ ଉଭୟ ଚିଦାମ୍ବରମ ଓ କାର୍ତ୍ତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଉଭୟଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ଏହି କୋର୍ଟ।

ଆଜି ପ୍ରଥମେ ସୁପ୍ରିମକୋର୍ଟ ଆଇଏନଏକ୍ସ ମିିଡିଆ ଦୁର୍ନୀତି ମାମଲାରେ ପି. ଚିଦାମ୍ୱରମଙ୍କୁ ଅଗ୍ରୀମ ଜାମିନ୍ ଦେବାକୁ ମନା କରିଦେଇଥିଲେ। ଏଥିସହ ତଳ କୋର୍ଟରେ ଜାମିନ୍ ପାଇଁ ଆବେଦନ କରିବାକୁ କହିଥିଲେ। ସେପଟେ ଆଜି ଚିଦାମ୍ବରମଙ୍କ ସିବିଆଇ ରିମାଣ୍ଡ ଅବଧି ଶେଷ ହେଉଛି ।

ସୂଚନାଯୋଗ୍ୟ, ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ୍ ୨୦୦୬ରେ ଅର୍ଥମନ୍ତ୍ରୀ ଥିବାବେଳେ ବେଆଇନ ଭାବରେ ଏୟାରସେଲ୍-ମାକ୍ସିସ ଡିଲକୁ ମଞ୍ଜୁରୀ ଦେଇଥିଲେ। ଯେଉଁଥିପାଇଁ ସେ ଆର୍ଥିକ ଲାଭ ପାଇଥିଲେ ବୋଲି ଇଡି କହିଛି। ଏ ନେଇ ସମସ୍ତ ପ୍ରମାଣ ମଧ୍ୟ ରଖିଛି ବୋଲି ଇଡି ପୂର୍ବରୁ କହିସାରିଛି।

Share

Leave a Reply

Your email address will not be published. Required fields are marked *

17 + 4 =