ଦିନ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା

ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ଆଜି ଗୃହରେ ଅଚଳାବସ୍ଥା ଜାରି | ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ଗୃହରେ ହଟ୍ଟଗୋଳ ଯୋଗୁଁ ଚାଲିପାରିଲାନି ଗୃହ । ପୁଣିଥରେ ଦିନ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ଗୃହକାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ ଯୋଗୁଁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି । ଧାନକିଣା ପ୍ରସଙ୍ଗରେ ବିରୋଧୀ ହୋହଲ୍ଲା କରିଥିବା ବେଳେ ଶାସକ ଦଳ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଗୃହରେ କ୍ଷମା ମାଗିବାକୁ ଦାବି କରି ଜିଦରେ ଅଟଳ ରହିଛି । ଫଳରେ ଗୃହକାର୍ଯ୍ୟ ଚାଲିପାରିନାହିଁ ।

ଗୃହ ଆରମ୍ଭରୁ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇଥିଲେ । ଶାସକ ଦଳ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଗୃହରେ କ୍ଷମା ମାଗିବାକୁ ଦାବି କରି ଜିଦରେ ଅଟଳ ରହିଥିଲେ । ବିଜେପି ବିଧାୟକ ଗୃହରେ ସାନିଟାଇଜର ପିଇ ଗୃହର ମର୍ଯ୍ୟାଦାହାନୀ କରିଛନ୍ତି । ଏପଟେ ବିରୋଧୀ ଚାଷୀଙ୍କ ସମସ୍ତ ଧାନ ଉଠେଇବା ଦାବିରେ ଅଡ଼ି ବସିଛନ୍ତି। ଯେଉଁଥିପାଇଁ ଗୃହରେ ଅଚଳାବସ୍ଥା ଦେଖାଦେଇଛି।

Share

Leave a Reply

Your email address will not be published. Required fields are marked *

16 + 17 =