ଜଗନ୍ନାଥଙ୍କ ନାଁକୁ ନେଇ ରାଜନୀତିି କରୁଛି ବିଜେପି: ବିଜେଡି

ସମ୍ବିତଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ସିଇଓଙ୍କୁ ଫେରାଦ ହେଲା ବିଜେଡି । ସାଧାରଣ ନିର୍ବାଚନ ନେଇ ରାଜ୍ୟରେ ଆଚରଣ ବିଧି ଲାଗୁ ହୋଇଥିବା ସମୟରେ ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ବାରମ୍ବାର ରାଜନୀତି କରୁଛି ବିଜେପି ବୋଲି ଅଭିଯୋଗ କରିଛି ବିଜେଡି । ବିଜେଡି ପ୍ରତିନିଧି ଦଳ ସିଇଓଙ୍କୁ ଭେଟି ସମ୍ବିତ ପାତ୍ରଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ କରିଥିବା ତଥ୍ୟ ସହ ଜଣାଇଛି ।

ବିଜେଡି କହିବା ମୁତବାକ, ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ପୂର୍ବରୁ ଜଗନ୍ନାଥ ବିଗ୍ରହଙ୍କୁଧରି ନିର୍ବାଚନୀ ପ୍ରଚାର କରିଥିବା ସାମ୍ନାକୁ ଆସିଥିଲା । ଏହାକୁ ନେଇ ମଧ୍ୟ ଅବଗତ କରାଯାଇଥିଲା । ହେଲେ ଏହାସତ୍ୱେ ସମ୍ବିତ ପାତ୍ର ପୁର୍ନବାର ତାଙ୍କ ପୋଷ୍ଟର ବ୍ୟାନରେ ମହାପ୍ରଭୁ ଜଗନ୍ନାଥଙ୍କ ନାମକୁ ବ୍ୟବହାର କରି ଧର୍ମ ରାଜନନୀତି କରୁଥିବା ଦେଖିବାକୁ ମିଳିଛି ।

Share

Leave a Reply

Your email address will not be published. Required fields are marked *

1 × four =