ରାଜସ୍ଥାନ: ବସ୍-ଟ୍ୟାଙ୍କର୍ ଧକ୍କା, ୧୨ ଜୀବନ୍ତ ଦଗ୍ଧ

ଯୋଧପୁର: ରାଜସ୍ଥାନର ବାରମେର୍-ଯୋଧପୁର ରାଜପଥରେ ଏକ ଘରୋଇ ବସକୁ ଧକ୍କା ଦେଲା ଟ୍ୟାଙ୍କର । ଧକ୍କା ଦେବା ପରେ ଅଗ୍ନିକାଣ୍ଡରେ ଅତି କମରେ ୧୨ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଟ୍ୟାଙ୍କର୍ ସହିତ ଧକ୍କା ହେବା ପରେ ବସ୍ ନିଆଁକୁ ଆୟତ୍ତ କରାଯାଇପାରି ନ ଥିଲା ଓ ଯାତ୍ରୀମାନେ ବାହାରକୁ ଯିବାର ସୁଯୋଗ ପାଇ ନଥିଲେ । ରାଜସ୍ଥାନର ବାଡ଼ମେର୍-ଯୋଧପୁର ରାଜପଥରେ ଏକ ବଡ଼ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଦୁର୍ଘଟଣା ପରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏହି ଦୁର୍ଘଟଣା ଯୋଗୁଁ ରାଜପଥରେ ଏକ ବିରାଟ ଟ୍ରାଫିକ୍ ଜାମ୍ ହୋଇଥିଲା । ଦୁର୍ଘଟଣା ଘଟିବା ପୂର୍ବରୁ ବସ୍‌ରେ ୨୫ ଜଣ ଯାତ୍ରୀ ଥିଲେ । ସିଏମ୍ ଅଶୋକ ଗେହଲଟ୍ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଜିଲ୍ଲା କଲେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆହତଙ୍କ ଚିକିତ୍ସା ସୁନିଶ୍ଚିତ କରିବାକୁ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

15 − 3 =