ଦ୍ରାବିଡଙ୍କୁ ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ: ଭାରତୀୟ ଦଳକୁ ମିଳିଲା ନୂଆ କୋଚ୍ । ବୁଧବାର ବିସିସିଆଇ ରବି ଶାସ୍ତ୍ରୀଙ୍କ ସ୍ଥାନରେ ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡଙ୍କୁ ଏହି ପବଦୀ ଦେଇଛି । ଟି-୨୦ ବିଶ୍ୱକପ ପରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରୁ ସେ ଦାୟିତ୍ୱ ଗ୍ରହଣ କରିବେ । ନଭେମ୍ବର ୧୭ରୁ ଆରମ୍ଭ ହେଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜରୁ ଦ୍ରାବିଡ୍ ଦାୟିତ୍ୱ ଗ୍ରହଣ କରିବେ ।
ଭାରତୀୟ ଦଳର ମୁଖ୍ୟ କୋଚ୍ ପଦ ପାଇଁ ବିସିସିଆଇ ଅକ୍ଟୋବର ୨୬ରେ ଆବେଦନ ଆହ୍ୱାନ କରିଥିଲା । ଦ୍ରାବିଡ୍ ଏହି ପଦ ପାଇଁ ଆବେଦନ କରିଥିଲେ । ତେବେ ଏହା କେବଳ ଏକ ଔପଚାରିକତା ଥିଲା । ଦ୍ରାବିଡ୍ ଏହି ପଦ ଅଳଙ୍କୃତ କରିବେ ବୋଲି ପୂର୍ବରୁ ସ୍ପଷ୍ଟ ହୋଇଥିଲା । ଯଦିଓ ଦ୍ରାବିଡ୍ ପ୍ରଥମେ ଏହି ଦାୟିିତ୍ୱ ଗ୍ରହଣ କରିବାକୁ ଅମଙ୍ଗ ଥିଲେ, ଆଇପିଏଲ୍ ଫାଇନାଲ ସମୟରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସଚିବ ଜୟ ଶାହା ତାଙ୍କୁ ମନାଇବାରେ ସଫଳ ହୋଇଥିଲେ । ବିସିସିଆଇ ଶାସ୍ତ୍ରୀଙ୍କ ଉତ୍ତରାଧିକାରୀ ଭାବେ ଜଣେ ଦକ୍ଷ ଓ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବ୍ୟକ୍ତିଙ୍କୁ ଏହି ପଦରେ ନିଯୁକ୍ତ କରିବାକୁ ଚାହୁଁଥିଲା । ଭାରତୀୟ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ ହେବା ପରେ ଦ୍ରାବିଡ୍ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ)ର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେବେ । ଦ୍ରାବିଡ ପୂର୍ବରୁ ଅଣ୍ଡର-୧୯, ଭାରତ-ଏ ଦଳର କୋଚ୍ ଦାୟିତ୍ୱ ତୁଲାଇଛନ୍ତି । ପୃଥ୍ୱୀ ଶ’, ଶୁଭମାନ ଗିଲଙ୍କ ଭଳି ଅନେକ ପ୍ରତିଭାବାନ ଯୁବ ଖେଳାଳିଙ୍କ ଆବିଷ୍କାର ପାଇଁ ଦ୍ରାବିଡଙ୍କୁ ଶ୍ରେୟ ଯାଏ ।

Share

Leave a Reply

Your email address will not be published. Required fields are marked *

ten − 7 =