ବିଶ୍ୱକପରୁ ପାକିସ୍ତାନ ଆଉଟ

ବିଶ୍ୱକପରୁ ବାଦ ପଡିଛି ପାକ୍ । ଶୁକ୍ରବାର ବାଂଲାଦେଶ ବିପକ୍ଷରେ ଲର୍ଡସରେ ଅନୁଷ୍ଠିତ ମ୍ୟାଚ୍ ରେ ପାକିସ୍ତାନ ନିର୍ଦ୍ଧାରିତ ରନ ଟାର୍ଗେଟ୍ ହାସଲ କରିପାରି ନାହିଁ । ଏଣୁ ଟିମର ସେମି ଫାଇନାଲ ସ୍ୱପ୍ନ ଭଙ୍ଗ ହୋଇଛି। ଲର୍ଡସ୍ ଏକଦିବସୀୟରେ ପାକ୍ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ଇନିଂସରେ ପାକ୍ ନିମନ୍ତେ ୩୫୦ ରନର ଟାର୍ଗେଟ୍ ଥିବା ବେଳେ ୯ ୱିକେଟ ବିନିମୟରେ କରିଥିଲା ୩୧୫ ରନ୍।

ଏହି ମ୍ୟାଚ୍ ପୂର୍ବରୁ ତିନୋଟି ଟିମ୍ ଯଥା ଅଷ୍ଟ୍ରେଲିଆ, ଭାରତ ଓ ଇଂଲଣ୍ଡ ସେମିଫାଇନାଲରେ ସ୍ଥାନ ପକ୍କା କରିସାରିଥିଲେ। ଆଜି ଚତୁର୍ଥ ଦଳ ଭାବେ ନ୍ୟୁଜିଲ୍ୟାଣ୍ଡ୍ ଅନ୍ତିମ-୪ରେ ପହଞ୍ଚିଛି। ଅଷ୍ଟ୍ରେଲିଆ ୮ଟି ମ୍ୟାଚରୁ ୭ ବିଜୟ ଓ ୧ ପରାଜୟ ସହ ୧୪ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି। ଭାରତ ୬ ବିଜୟ ଓ ୧ ପରାଜୟ ସହ ଦ୍ୱିତୀୟରେ ରହିଛି। ଆୟୋଜକ ଇଂଲଣ୍ଡ ୨୭ ବର୍ଷ ପରେ ପ୍ରଥମଥର ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିଛି। ନ୍ୟୁଜିଲ୍ୟାଣ୍ଡ୍ ୯ ମ୍ୟାଚରୁ ୫ ବିଜୟ ସହ ଚତୁର୍ଥ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ୍ ସର୍ବାଧିକ ଅଷ୍ଟମଥର ପାଇଁ ସେମିକୁ ଉନ୍ନୀତ ହୋଇଛନ୍ତି। ତେବେ ଭାରତ ସପ୍ତମଥର ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିଛି।

Share

Leave a Reply

Your email address will not be published. Required fields are marked *

15 + eighteen =