ଭାଇରାଲ ହେଉିଛି ନୀରଜ ଚୋପ୍ରାଙ୍କ ଡ୍ୟାନ୍ସ ଭିଡିଓ

ମୁମ୍ବାଇ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି । ବିଜ୍ଞାପନ, ମ୍ୟାଗେଜିନ୍, ଟିଭି ଶୋ ଭଳି ସବୁ ଜାଗାରେ ନୀରଜଙ୍କ ଚର୍ଚ୍ଚା ହେଉଛି । ନିକଟରେ ନୀରଜ ଇଣ୍ଡିଆ ଟୁଡେ ମ୍ୟାଗେଜିନ ପାଇଁ ଏକ ଫଟୋସୁଟ କରିଛନ୍ତି । ଏବେ ତାଙ୍କୁ ଡ୍ୟାନ୍ସ ରିଆଲିଟି ସୋ’ରେ ମଧ୍ୟ ଦେଖିବାକୁ ମିଳିବ । ନୀରଜଙ୍କ ରିଆଲିଟି ସୋ’ରେ ଡ୍ୟାନ୍ସର ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ।
ଅଲିମ୍ପିକ୍ସରେ ପଦକ ଜିତିବା ପରେ ନୀରଜଙ୍କ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ବର୍ତ୍ତମାନ ନୀରଜ ରିଆଲିଟି ସୋ ହୋଷ୍ଟ ରାଘବ ଜୁୟାଲଙ୍କ ସହ ନାଚୁଥିବାର ନଜର ଆସିଛନ୍ତି । ମଞ୍ଚରେ ନୀରଜ ରାଘବଙ୍କୁ ସ୍ୱର୍ଣ୍ଣ ପଦକ ବିଜେତା ଡ୍ୟାନ୍ସ, ପାର୍ଟୀ ଡ୍ୟାନ୍ସ, ବ୍ରୋମାନ୍ସ ଡ୍ୟାନ୍ସ ଓ ବରଯାତ୍ରୀ ଡ୍ୟାନ୍ସଠାରୁ ଆରମ୍ଭ କରି ଦେଶୀ ଷ୍ଟେପ୍ସ ଶିଖାଇଥିଲେ ।

Share

Leave a Reply

Your email address will not be published. Required fields are marked *

five − 1 =