ବିଜେପିକୁ ଡବଲ ଇଞ୍ଜିନର ଡବଲ ଝଟକା

ସ୍ବୟଂ ସହାୟକ ଗୋଷ୍ଠୀର ମା ମାନଙ୍କ ପାଇଁ ଦୁର୍ଘଟଣା ବୀମା

ସ୍ବୟଂ ସହାୟକ ଗୋଷ୍ଠୀକୁ ବିନା ସୁଧରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣରେ ମହିଳାଙ୍କ ଚିକିତ୍ସା ସୁବିଧା 10 ଲକ୍ଷ ଟଙ୍କାକୁ ବୃଦ୍ଧି

ସବୁ ଝିଅ ମାଗଣାରେ ପାଠ ପଢିବେ

କେଜିରୁ କଲେଜ, ମେଡିକାଲ, ଇଂଜିନିୟରିଂ ସବୁ ଶିକ୍ଷାଦାନ

ଭୁବନେଶ୍ବର () ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁଣି ଥରେ ବିଜେପିକୁ ଡବଲ ଇଞ୍ଜିନର ଫଣ୍ଡା ବତେଇ ଡବଲ ଝଟକା ଦେଇଛନ୍ତି । ନୂଆପଡାରେ ଆୟୋଜିତ ନିର୍ବାଚନୀ ସଭାରେ ସେ କହିଛନ୍ତି ଯେ, ମା ମାନେ ହିଁ ହେଉଛନ୍ତି ବିକାଶର ପ୍ରକୃତ ଡବଲ ଇଞ୍ଜିନ ।

ଦଳର ନିର୍ବାଚନୀ ଇସ୍ତାହାରର ଆଉ ଏକ ଦିଗକୁ ସେ ଖୋଲିଛନ୍ତି । ସେ କହିଛନ୍ତି ଯେ, ବିଜୁ ଜନତା ଦଳର ନିର୍ବାଚନୀ ଇସ୍ତାହାରରେ ଆମେ ମା ଓ ଝିଅ ମାନଙ୍କୁ ବିଶେଷ ଗୁରୁତ୍ବ ଦେଇଛି । ବିଜୁ ଜନତା ଦଳ ସରକାର ଗଠନ ହେବା ପରେ ମଶନ ଶକ୍ତିର ମା ମାନଙ୍କୁ ବର୍ଷକୁ 5ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ସରକାରୀ କାମ ଦିଆଯାଇଛି । ମଧ୍ୟାହ୍ନ୍ ଭୋଜନ, ସାଧାରଣ ବଣ୍ଟନ ବ୍ୟବସ୍ଥା, ଧାନ ସଂଗ୍ରହ ଠାରୁ ଆରମ୍ଭ କରି ଆଶ୍ରମ ସ୍କୁଲର ପରିଚାଳନା, ପର୍ଯ୍ୟଟନ ସୁବିଧାର ପରିଚାଳନା, ଡାକ୍ତରଖାନା ପରିଚାଳନା, ପରିବହନ କ୍ଷେତ୍ର ପରିଚାଳନା, ଟିକସ ଆଦାୟ, ସ୍କୁଲ ୟୁନିଫର୍ମ ଯୋଗାଣ ସହ ଆହୁରି ଅନେକ ସରକାରୀ କାମ ମିଶନ ଶକ୍ତିର ମା ମାନଙ୍କୁ ଦିଆଯିବ ବୋଲି ସେ କହିଛନ୍ତି ।

ଏହାଦ୍ବାରା ମା ମାନେ ବର୍ଷକୁ 5 ଶହ କୋଟି ଟଙ୍କାର ଲାଭ ପାଇବେ । ଗରିବ ଝିଅ ବାହାଘର ପାଇଁ ପଚିଶ ହଜାର ଟଙ୍କା ସହୟତା, ସବୁ ସ୍ବୟଂ ସହାୟକ ଗୋଷ୍ଠୀର ମା ମାନଙ୍କ ପାଇଁ ଦୁର୍ଘଟଣା ବୀମା, ସବୁ ସ୍ବୟଂ ସହାୟକ ଗୋଷ୍ଠୀକୁ ବିନା ସୁଧରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କର ଚିକିତ୍ସା ସୁବିଧାକୁ ସାତ ଲକ୍ଷ ଟଙ୍କାରୁ 10 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ । ସବୁ ଝିଅ ମାଗଣାରେ ପାଠ ପଢିବେ । କେଜିରୁ କଲେଜ, ମେଡିକାଲ, ଇଂଜିନିୟରିଂ ସବୁ ମାଗଣା ଶିକ୍ଷାଦାନ ଦିଆଯିବ ।

ସେ କହିଛନ୍ତି ଯେ, ନିର୍ବାଚନ ହେଲେ କେନ୍ଦ୍ରର ବଡ ବଡ ନେତାମାନଙ୍କର ନୂଆପଡା କଳାହାଣ୍ଡି କଥା ମନେ ପଡେ । ସେମାନଙ୍କୁ ପଚାରନ୍ତୁ, ଭବନୀପାଟଣା ରେଳ ୱାଗନ କାରଖାନା କୁଆଡେ ଗଲା? ଦୁଇଗୁଣା ଏମଏସପି କୁଆଡେ ଗଲା? ହର୍ କ୍ଷେତକୁ ପାନି କୁଆଡେ ଗଲା? କେବିକେ ଯୋଜନା କାହିଁକି ବନ୍ଦ ହେଲା? ଅନୁସୂଚିତ ଜାତି ଜନଜାତି ପିଲାଙ୍କ ବୃତ୍ତି କାହିଁ ବନ୍ଦ ହେଲା? ବୀମା କରି ଚାଷୀ ହଇରାଣ କିନ୍ତୁ କମ୍ପାନୀ ଲାଭବାନ କାହିଁକି । କିଏ ସୁଯୋଗ ଦେଲା?

ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର । ଶେଷ ନିଃଶ୍ବାସ ଥିବା ପର୍ଯ୍ୟନ୍ତ ଆପଣଙ୍କ ସେବା କରି ଚାଲିବି । ଆପଣମାନେ ଆର୍ଶୀବାଦ କରନ୍ତୁ ଏବଂ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ସେ ଆହ୍ବାନ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

four + seven =