ଆଜିଠୁ ଖୋଲିଲା ଶ୍ରୀମନ୍ଦୀର

ଆଜିଠୁ ଖୋଲିଲା ଶ୍ରୀମନ୍ଦୀର , ଭକ୍ତଙ୍କୁ ମିଳିଲା ଜଗା ଦର୍ଶନ । ଶ୍ରୀଜିଉଙ୍କୁ ଦର୍ଶନ କରି ଧନ୍ୟ ହୋଇଯାଉଛି ଭକ୍ତଙ୍କ ନୟନ । ସକାଳ ୬ଟାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଦୁଇ ଡୋଜ ଟିକାକରଣର ପ୍ରମାଣପତ୍ର କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇ କିଓସ୍କରେ ଯାଞ୍ଚ ପରେ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରୁଛନ୍ତି ଭକ୍ତ । ପୂର୍ବଭଳି ପୁରୀବାସୀ ପଶ୍ଚିମ ଦ୍ୱାରରେ ପ୍ରବେଶ କରୁଥିବା ବେଳେ ଅନ୍ୟ ଭକ୍ତମାନେ ପୂର୍ବଦ୍ୱାରରେ ପ୍ରବେଶ କରୁଛନ୍ତି । ଜଗା ଦର୍ଶନ ନେଇ ଜାରି ହୋଇଛି ସ୍ୱତନ୍ତ୍ର ଗାଇଡଲାଇନ୍ । ସପ୍ତାହରେ ୬ ଦିନ ଦିଅଁ ଦର୍ଶନ ପାଇଁ ସୁଯୋଗ ମିଳିବ ।
ରବିବାର ବ୍ୟତୀତ ଅନ୍ୟ ସବୁ ଦିନ ସକାଳ ୬ଟାରୁ ରାତି ୯ଟା ପର୍ୟ୍ୟନ୍ତ ଭକ୍ତଙ୍କ ପାଇଁ ବଡ଼ ଦେଉଳ ଖୋଲା ରହିବ । ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ ପାଇଁ ଭକ୍ତଙ୍କୁ ପରିଚୟ ପତ୍ର ଦେଖାଇବା ବାଧ୍ୟତାମୂଳକ । ମାସ୍କ ପିନ୍ଧିବା ଓ ହାତ ସାନିଟାଇଜ୍ କରିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ନିୟମ ଭାଙ୍ଗିଲେ ଜୋରିମାନା ସହ ପ୍ରବେଶ ଅନୁମତି ମିଳିବ ନାହିଁ । ଅନ୍ୟପକ୍ଷରେ ଖୁବଶୀଘ୍ର ସମସ୍ତ ସେବାୟତଙ୍କୁ ବୁଷ୍ଟର ଡୋଜ୍ ଦିଆଯିବା ଦିଗରେ ପଦକ୍ଷେପ ନିଆଯିବ ।

Share

Leave a Reply

Your email address will not be published. Required fields are marked *

three × 3 =