ମାଇଁ ହାର୍ଟ ବିଟ୍‌ ଫର ହକି

କଳିଙ୍ଗରେ 1975ର ସ୍ବର୍ଣ୍ଣିମ ସେନା

ଭୁବନେଶ୍ବର ()  ଉଦ୍‌ଘାଟନୀ ଉତ୍ସବରେ ୧୯୭୫ ମସିହାର ବିଶ୍ବକପ୍ ବିଜେତା ଭାରତୀୟ ଦଳର ଉପସ୍ଥିତି କଳିଙ୍ଗର ଚମକପ୍ରଦ ମହୋଲକୁ ଆହିରୁ ଚମକାଇ ଦେଇଥିଲା ।ଏହି ସ୍ବର୍ଣ୍ଣିମ ସେନାକୁ ମିଳିଥିଲା କଳିଙ୍ଗ ସମ୍ମାନ।। ମଂଚ ଉପରକୁ ଏହି ସେନାର ଆଗମନ ମାତ୍ରେ ଦର୍ଶକମାନେ ଏକକାଳୀନ ଛିଡ଼ା ହୋଇ ସେମାନଙ୍କୁ ଅଭିବାଦନ ଜଣାଇଥିଲେ। 1975 ଟିମର ବିଜେତା ଅଧିନାୟକ ଅଜିତ ପାଲ୍ ସିଂହ କହିଥିଲେ ଆଜି ବି ତାଙ୍କଠି ବିଶ୍ବକପ୍ ବିଜୟର ଅନୁଭବ ତାଜା ରହିଛି। ବିଜୟ ପରେ ସବୁ‌ ଖେଳାଳି ଖୁସିରେ ଝୁମିଥିଲେ। ଏବେ ବି ସେ ଖୁସିକୁ ସେମାନେ ନିଜଠି ସାଇତି ରଖିଛନ୍ତି । ଏହି ଅବସରରେ ଅତି ଭାବବିହ୍ବଳ ହୋଇପଡିଥିଲେ ୭୧ ବ‌ର୍ଷୀୟ ଏହି ସେଣ୍ଟର ଫରୱାର୍ଡ ଖେଳାଳି।

ସେହିଭଳି ଦେଶର 16ଟି ଶ୍ରେଷ୍ଠ ହକି ଟିମ ମଧ୍ୟରେ ବଲିଉଡ ସୁପରଷ୍ଟାର ମଧ୍ୟ ନିଜର ହକି ଖେଳ ଏବଂ ଅନୁଭୁତିକୁ ମନେ ପକାଇଥିଲେ  । ତାଙ୍କୁ ତାଙ୍କ ପିତା ୮ ବର୍ଷ ବୟସରେ ହକି ଖେଳିବାର ସୁଯୋଗ ଦେଇଥିଲେ ଏବଂ ସେ ତାଙ୍କ ସ୍କୁଲ ଟିମର ଅଧିନାୟକ ‌ଥିଲେ। ୩୮ ବର୍ଷ ବୟସ ବେଳକୁ ସେ ‘ଚକ୍ ଦେ ଇଣ୍ଡିଆ’ ଚଳଚ୍ଚିତ୍ରରେ ଭାରତୀୟ ମହିଳା ଦଳର ପ୍ରଶିକ୍ଷକ ଭୂମିକାରେ ଅଭିନୟ କରି ନୂଆ ପରିଚୟ ପାଇଥିଲି। ନିଜର ୬ ବର୍ଷର ପୁଅକୁ ବି ଦିନେ ହକି ଖେଳିବାକୁ କହିଛି। ଜୀବନରେ ସମସ୍ତେ ହକି ଖେଳିବା ଉଚିତ। ଏହାଠାରୁ ଆଉ କୌଣସି ଖେଳ ସ୍ବତନ୍ତ୍ର ନୁହେଁ ବୋଲି କହିଥିଲେ। ହକି ଖେଳାଳି କଳାକାର ଏବଂ କଳାକାର ମାନେ ବିଶ୍ବବିଦିତ। ବିଶ୍ବରେ ଏକତା ଓ ଜୀବନରେ ସଫଳତା ଆଣିବାରେ ହକି ବଡ଼ ଭୂମିକା ନେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡୁନ୍ ସ୍କୁଲରେ ଗୋଲ୍‌ରକ୍ଷକ ଥିଲେ ଏବଂ ସେ ତାଙ୍କ ସ୍କୁଲ୍‌ ଜୀବନରେ ସେଣ୍ଟର ଫରୱାର୍ଡ ଥିଲେ ବୋଲି କହିଥିଲେ କିଙ୍ଗ ଖାନ୍।

ବିଶ୍ବକପ୍ ଅଭିଯାନ ‘ମାଇଁ ହାର୍ଟ ବିଟ୍‌ ଫର ହକି’ରୁ ସଂଗୃହିତ ୨,୩୫, ୩୮, ୬୨୨ ବିଟ୍ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଭିନ୍ନ ଦଳର ଅଧିନାୟକ ପ୍ରଦାନ କରିଥିଲେ। ଏହି ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଥିଲା। ସ୍ବର୍ଣ୍ଣ ବିଜେତା ଅଜିତ ପାଲ୍ ସିଂହ କହିଥିଲେ, ‘ହକି ପାଇଁ ଏବେ ବି ମୋ ହୃଦ୍‌ସ୍ପନ୍ଦିତ ହେଉଛି।

ଉଦ୍‌ଘାଟନୀ ଉତ୍ସବରେ ଅନ୍ତର୍ଜାତୀୟ ହକି ସଂଘର ସଭାପତି ନରେନ୍ଦ୍ର ବାତ୍ରା କହିଥିଲେ, ‘ଓଡ଼ିଶା‌ରେ ବିଶ୍ବକପ୍ ଏକ ସମ୍ମାନ ଓ ଗୌରବର ବିଷୟ। ୫ ବର୍ଷ ତଳୁ ଆମକୁ ମିଳିଥିବା ଅଧିକାର ଏବେ କଠୋର ପରିଶ୍ରମ, ଦଳଗତ କର୍ମଠ ବଳରେ ବାସ୍ତବ ରୂପ ନେଇଛି। ଓଡ଼ିଶାବାସୀଙ୍କ ପାଇଁ କିଛି ବି ଅସମ୍ଭବ ନୁହେଁ ବୋଲି ପ୍ରମାଣିତ‌ ହୋଇଛି। ଆମ ସମ୍ମୁଖକୁ ଆସିଥିବା ସମସ୍ତ ଆହ୍ବାନ ଓ ସମସ୍ୟାକୁ ପ୍ରତିହତ କରି ବିଶ୍ବକପ୍ ସଫଳ ରୂପାୟନ ହୋଇଛି। କଳିଙ୍ଗ ହକି ଷ୍ଟାଡିୟମ ବିଶ୍ବର ଶ୍ରେଷ୍ଠ ୩ ମଧ୍ୟରେ ଅନ୍ୟତମ ଏବଂ ଭୁବନେଶ୍ବର ଦେଶର କ୍ରୀଡ଼ା ରାଜଧାନୀ ହେବାକୁ ଯାଉଛି ବୋଲି ମଧ୍ୟ ବାତ୍ରା ଦୋହରାଇଥିଲେ।

Share

Leave a Reply

Your email address will not be published. Required fields are marked *

16 + five =