ବିଶ୍ୱ ଦେଖିଲା ନବୀନ କରିଶ୍ମା

ବିଶ୍ୱକପ ହକି ଉଦଘାଟନର ଟ୍ରେଣ୍ଡ ସୃଷ୍ଟିକଲା ଓଡିଶା
ଖୁବଶୀଘ୍ର ଭୁବନେଶ୍ୱର ହେବ କ୍ରୀଡା କ୍ୟାପିଟାଲ

ଭୁବନେଶ୍ବର ()  ବେଶ ଧୁମଧାମ ଏବଂ ଉତ୍ସାହ ଉଦ୍ଦିପାନା ମଧ୍ୟରେ ଆରମ୍ଭ ହୋଇଛି ପୁରୁଷ ହକି ବିଶ୍ବକପ 2018 । ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ, ଧକ୍ଧକ୍ ଗ୍ରାର୍ଲ ମାଧୁରୀ ଦିକ୍ଷିତ ଓ ବିଶିଷ୍ଟ ସଂଗୀତଜ୍ଞ ଏ.ଆର ରେହମାନଙ୍କ ଆକର୍ଷଣୀୟ ପ୍ରଦର୍ଶନ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଉଦଘାଟନୀ ଉତ୍ସବ ଆଗାମୀ ଦିନରେ ବିଶ୍ବକପ ହକିର ଉଦଘାଟନ ସମାରୋହ ପାଇଁ ନୂଆ ମାଇଲଖୁଣ୍ଟ ତିଆରି କରିଛି ।

ଏହି ବିଶ୍ବକପ ପ୍ରତିଯୋଗିତାର ଆୟୋଜନ କରି ଓଡିଶା ପୁଣି ଥରେ ପ୍ରମାଣିତ କରିଛି ଯେ, ଏହା ପାଇଁ କିଛି ଅସମ୍ଭବ ନୁହେଁ । ଯେଉଁଭଳି ଢଙ୍ଗରେ କଳିଙ୍ଗ ଷ୍ଟାଡିୟମର ରୂପାନ୍ତରଣ କରାଯାଇଛି, ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ଆନ୍ତର୍ଜାତିକ ହକି ଫେଡେରେସନର ସଭାପତି ନରିନ୍ଦର ବାଥ୍ରା କହିଛନ୍ତି । ସେ କହିଛନ୍ତି ଯେ, ଏଭଳି ଉଦଘାଟନୀ ଉତ୍ସବ କେବେ ଆୟୋଜିତ ହୋଇନି । ଏଭଳି ଆୟୋଜନ କରି ଓଡିଶା ସରକାର ଆଗାମୀ ଦିନରେ ହକି ବିଶ୍ବକପର ଉଦଘାଟନ ପାଇଁ ଏକ ମାନ ତିଆରି କରିଛନ୍ତି ।

ସେ କହିଛନ୍ତି ଯେ, କଳିଙ୍ଗ ଷ୍ଟାଡିୟମ ଏବେ ବିଶ୍ବର ଶ୍ରେଷ୍ଟ 3ଟି ଷ୍ଟାଡିୟମ ଭିତରୁ ଅନ୍ୟତମ ହେବ । ଏଥିପାଇଁ ସେ ନବୀନ ପଟ୍ଟନାୟକଙ୍କୁ ନିଜର କୃତଜ୍ଞତା ଜଣାଇଥିଲେ । ଏଥିସହିତ ଓଡିଶା ଦେଶର କ୍ରିଡା ରାଜଧାନୀ ହେବାକୁ ଯାଉଛି ବୋଲି ସେ କହିଥିଲେ । ଏଥିସହିତ ଓଡିଆରେ ଦୁଇପଦ କହିବାକୁ ଯାଇ ସେ କହିଥିଲେ ଯେ, ଏଭଳି ଆୟୋଜନ ପାଇଁ ସେ ଓଡିଶାବାସୀଙ୍କ ପାଖରେ କୃତଜ୍ଞ ।

0ଜୟଜଗନ୍ନାଥ ଧ୍ବନୀରୁ ନିଜର ଅଭିଭାଷଣ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ସ୍ବାଗତ କରିଥିଲେ । ସେ ବିଶ୍ବର ସବୁ ହକି ଖେଳାଳି ଓ ତାଙ୍କ ଅଫିସରଙ୍କୁ ସ୍ବାଗତ କରିବା ସହ କହିଥିଲେ ଯେ, ଆପଣମାନେ ସାଢେ ଚାରି କୋଟି ଓଡିଆଙ୍କ ଅତିଥି ।

ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ମଧ୍ୟ ହକି ବିଶ୍ବକପରେ ଯୋଗ ଦେବାର ତାଙ୍କୁ ସୁଯୋଗ ମିଳିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ ଯେ, ହକି ହେଉଛି ବିଶ୍ବର ସବୁ ଖେଳ ଠାରୁ ଶ୍ରେଷ୍ଠ ଖେଳ । କାରଣ ଏହା ଆମର ଖେଳ । ଓଡିଶାବାସୀଙ୍କ ଖେଳ । ଓଡିଶା ବିଶ୍ବର ଶ୍ରେଷ୍ଠ ଖେଳାଳିଙ୍କୁ ସୃଷ୍ଟି କରିଛି । ତାଙ୍କ ବାପା ବି ଜଣେ ହକି ଖେଳାଳି ଥିଲେ । ସେ ତାଙ୍କୁ 8 ବର୍ଷ ବୟଷରେ ହକି ଖେଳ ଶିଖାଇଥିଲେ । 18 ବର୍ଷ ବୟଷରେ ସେ ନିଜ ସ୍କୁଲ ହକି ଟିମର ନେତୃତ୍ବ ନେଉଥିଲେ ।

ସେ ନିଜ ପୁଅକୁ ମଧ୍ୟ ହକି ଖେଳିବାକୁ ଉତ୍ସାହିତ କରୁଛନ୍ତି । କାରଣ ହକି ଠାରୁ ସ୍ବତନ୍ତ୍ର ଖେଳ ନାହିଁ । ଏହି ଖେଳ କଳା, ଆବେଗ ଓ ଶକ୍ତିର ସମିଶ୍ରଣ । ଏହା ଯୁବକଙ୍କୁ ଶକ୍ତି ସଂଚୟ ସହ କଠିନ ପରିଶ୍ରମ, ଉତ୍ସର୍ଗୀକୃତ ଓ ପ୍ରତିଯୋଗିତାପୂର୍ଣ୍ଣ ଭାବ ଜାଗ୍ରତ କରିଥାଏ । ଏହା ହିଁ ଯୁବକଙ୍କୁ ଆଗାମୀ ଦିନରେ ଶକ୍ତିଶାଳୀ କରିବା ସହ ଆଗକୁ ବଢିବାରେ ସହାୟକ କରିଥାଏ । ହକି ଏବଂ ଯୁବକଙ୍କୁ ଆଗାମୀ ଦିନରେ ସଫଳ କରିବାର ଏହି ରାସ୍ତାକୁ ଓଡିଶା ସାରା ବିଶ୍ବକୁ ଦେଖାଇଛି ବୋଲି ସେ କହିଥିଲେ ।

ବଲିଉଡର ଚୁଲବୁଲି ନାୟିକା ମାଧୁରୀ ଦିକ୍ଷିତ ମଦର ଆର୍ଥ ପ୍ରଦର୍ଶନ କରିଥିଲେ । ଏ.ଆର ରେହମାନଙ୍କ ମ୍ୟୁଜିକ ଦିଲସେ ଓ ଜୟ ହିନ୍ଦ ଗୀତରେ ଝୁମିଥିଲେ ଦର୍ଶକ ।

Share

Leave a Reply

Your email address will not be published. Required fields are marked *

1 × two =