ସମୟ ମାଗିଲେ ବାଚସ୍ପତି

ନୂଆଦିଲ୍ଲୀ()  ଗୁରୁବାର ସୁପ୍ରିମକୋର୍ଟରେ କର୍ଣ୍ଣାଟକ ମାମଲାର ଶୁଣାଣି ହୋଇଛି। କଂଗ୍ରେସ-ଜେଡିଏସର ୧୦ ବିଦ୍ରୋହୀ ବିଧାୟକଙ୍କ ପକ୍ଷରୁ ଦାୟର ଯାଚିକା ଉପରେ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଆଜି ସନ୍ଧ୍ୟାରେ ସମସ୍ତ ବିଧାୟକ କର୍ଣ୍ଣାଟକ ବିଧାନସଭା ବାଚସ୍ପତି ରମେଶ କୁମାରଙ୍କୁ ଭେଟନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ବାଚସ୍ପତିଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେ ବିଧାୟକଙ୍କ ଇସ୍ତଫା ଉପରେ ଆଜି ହିଁ ନିଷ୍ପତ୍ତି ନିଅନ୍ତୁ। ମାତ୍ର ବାଚସ୍ପତି ରମେଶ କୁମାର ଏହି ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି।

କର୍ଣ୍ଣାଟକ ବିଧାନସଭାର ବାଚସ୍ପତି ରମେଶ କୁମାର ସୁପ୍ରିମକୋର୍ଟକୁ ନିଜର ସେହି ଆଦେଶ ଉପରେ ରୋକ୍ ଲଗାଇବାକୁ ଦାବି କରିଛନ୍ତି, ଯେଉଁଥିରେ କୋର୍ଟ ଗୁରୁବାର ସକାଳେ ବିଧାୟକଙ୍କ ଇସ୍ତଫା ମାମଲାରେ ଆଜି ନିଷ୍ପତ୍ତି ନେବାକୁ ବାଚସ୍ପତିଙ୍କୁ କହିଥିଲେ। ବାଚସ୍ପତି ରମେଶ କୁମାରଙ୍କ କହିବା କଥା ସୁପ୍ରିମକୋର୍ଟ ଏହି ଧରଣର ନିର୍ଦ୍ଦେଶ ଦେଇ ପାରିବେ ନାହିଁ। ଏହା ସହିତ ଏହି ମାମଲା ଉପରେ ନିଷ୍ପତ୍ତି ନେବାକୁ ଅଧିକ ସମୟ ଦେବାକୁ ସେ କୋର୍ଟରେ କହିଥିଲେ। ମାତ୍ର ସୁପ୍ରିମକୋର୍ଟ ତାଙ୍କ ଯାଚିକା ଉପରେ ତୁରନ୍ତ ଶୁଣାଣି କରିବାକୁ ମନା କରି ଦେଇଛନ୍ତି।

କଂଗ୍ରେସ-ଜେଡିଏସର ବିଦ୍ରୋହୀ ବିଧାୟକଙ୍କ ଯାଚିକା ଉପରେ ସୁପ୍ରିମକୋର୍ଟ ଗୁରୁବାର ଶୁଣାଣି କରିଥିଲେ। ସୁପ୍ରିମକୋର୍ଟ ସମସ୍ତ ୧୦ ବିଧାୟକଙ୍କୁ ସନ୍ଧ୍ୟା ୬ଟାରେ ବାଚସ୍ପତିଙ୍କୁ ଭେଟିବାକୁ ଆଦେଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

eight − 5 =