ଅମିତ ଶାହାଙ୍କ ମିଛ ମନ୍ତ୍ର

ବିଜେପି ସୋସିଆଲ ମିଡ଼ିଆ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ରଖିଥିବା ବୟାନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏକ ଜାତୀୟ ଗଣମାଧ୍ୟମ ସୁଚନା ମୁତାବକ ଗତ କିଛି ଦିନ ତଳେ ରାଜସ୍ଥାନ କୋଟାରେ ଆୟୋଜିତ ବିଜେପି ସୋସିଆଲ ମିଡ଼ିଆ ସମ୍ମିଳନୀରେ ଅମିତ ଶାହା କହିଛନ୍ତି ଯେ, “ସତ ହେଉ କି ମିଛ ଖବର ଆମେ ସୋସିଆଲ ମିଡ଼ିଆ ମାଧ୍ୟମରେ ଦେଶବାସୀଙ୍କ ମଧ୍ୟରେ ଭାଇରାଲ କରିବାକୁ ସକ୍ଷମ” । ୩୨ ଲକ୍ଷ ବିଜେପି କର୍ମୀଙ୍କୁ ନେଇ ହୋଇଥିବା ହ୍ୱାଟ୍ସଆପ ଗ୍ରୁପକୁ ଆକ୍ଟିଭ୍ ମୋଡକୁ ଆଣିବା ପାଇଁ ଏଭଳି ମନ୍ତବ୍ୟ ରଖିଛନ୍ତି ବିଜେପି ମୁଖିଆ ଅମିତ ଶାହା । ଯାହା ଏବେ କେନ୍ଦ୍ର ରାଜୀନତିରେ ଚର୍ଚ୍ଚାର ବିଷୟ ପାଲଟିଛି ।କେବଳ ଏତିକି ନୁହେଁ ଏହାର ଉଦାହରଣ ଦେଇ ଶାହା କହିଛନ୍ତି ଯେ, ଅଖିଳେଶ ସିଂ ଯାଦବ ତାଙ୍କ ବାପା ମୁଲାୟମ ସିଂ ଯାଦବଙ୍କୁ ଚାପୁଡ଼ା ମାରିଥିବା ଖବର ସମୂର୍ଣ୍ଣ ମିଥ୍ୟା ହୋଇଥିଲେ ମଧ୍ୟ ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଏହା ହୁଏତ ଜନତାଙ୍କ ପାଖରେ ପହଁଚିବାର ସଠିକ୍ ଉପାୟ ନ ହୋଇପାରେ କିନ୍ତୁ ଆମ ଦଳ ଯେ କୌଣସି ସୂଚନା ଜନସାଧାରଣଙ୍କ ପାଖରେ ପହଁଚାଇବାକୁ ସକ୍ଷମ ଅଛି ।

Share

Leave a Reply

Your email address will not be published. Required fields are marked *

20 − 19 =